ବିରିକୋଟରେ କଣ୍ଢେଇ ଯାତ୍ରା l

ବିରିକୋଟରେ କଣ୍ଢେଇ ଯାତ୍ରା l

ଆର,ଉଦୟଗିରି:15/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ 21 ଦିନ ଧରି ପାଳିତ ହେlଇଅଛି l ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ଏହି କଣ୍ଢେଇ ଯାତ୍ରା ଗାଁକୁ ଆଣି ଥାଏ l ରୀତିନୀତି ଅନୁସାରେ ହେlଇ ଆସୁ ଅଛି କଣ୍ଢେଇ ଯାତ୍ରା ପୂର୍ବ ପୁରୁଷରୁ ଗାଁ କୁ ଆଣି ଥାଏ l ବିଶ୍ଵlପାସ କରାଯାଏ ଗାଁ କୁ କୌଣସି ରୋଗବେଦି ହେବ ନାହିଁ ବର୍ଷା ଓ ଭଲ ଅମଳ ହେବ ବୋଲି ବିଶ୍ୱlପାସ କରି ଆସନ୍ତି ଲୋକେ l ଭଲ ଫସଲ ବର୍ଷା ହେଲେ ଏହି କଣ୍ଢେଇ ଯାତ୍ରା ଗାଁ କୁ ଆଣି ଥାନ୍ତି l ପ୍ରଥମ ଦିନରେ ବ୍ରହ୍ମା, ବିଷ୍ଣ, ମହେଶ୍ୱର କୁ ପୂଜା ଅର୍ଚ୍ଚନା ଆରଧନା କରି ବାଉଁଶ କୁଞ୍ଜାରେ ମାଟି ଧରି ଗାଁ କୁ ଆଣିଥାନ୍ତି l ସେହି ମାଟିରେ ବିଭିନ୍ନ ପ୍ରକାର ଦେବା ଦେବି ମୂର୍ତ୍ତି କରି ଥାନ୍ତି ଗାଁରେ ଯୁବକରୁ ବୁଡ଼ା ପର୍ଯ୍ୟନ୍ତ 21ଦିନ ନିଷ୍ଠର ସହ ପାଳନକରି ଥାନ୍ତି l ତୁତୀୟ ଦିନରେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ କୁ ଆଣି ପୂଜା ଅର୍ଚ୍ଚନା କରି ଆଣିଥାନ୍ତି l ବିଭିନ୍ନ ଦେବା ଦେବି କୁ ନିଷ୍ଠର ସହ ପାଳନ କରନ୍ତି 21 ଦିନ ଧରି କୁଣ୍ଢେଇ ଯାତ୍ରା ଆଣି ଥାନ୍ତି l ପାଞ୍ଚମୀରେ ବିଧି ବିଧାନରେ ଗୁଣ୍ଡା ପିନ୍ଧା ଯାଏ ( ବା ) ମୂର୍ତ୍ତିରେ ଚିତ୍ର କଲର ଦିଆ ଯାଏ l ଏହି ପରେ ଗାଁର ସହି ପରୀକ୍ରମା କରି ଗାଁ ଦାଣ୍ଡର କଣ୍ଢେଇ କୁଡ଼ିଆ ଘରେ ରଖା ଯାଏ ମୂର୍ତ୍ତି l 20 ଦିନରେ ଜଙ୍ଗଲ କୁ ଯାଇ ପୂଜା ଅର୍ଚନା ବା ଆରଧନା କରି ଦାରୁ ବ୍ରହ୍ମ ବା ଶାଳ ଗଛ କୁ ଆଣି ଥାଏ l ଗାଁ ଦାଣ୍ଡରେ ଆଣି ପୁତା ଯାଏ ମହା ଭାରତ ଯୁଦ୍ଧରେ ବେଲାରସନ କୁ ଖମ୍ବ ଉପରେ ରଖି ଦୁଇ ପାଶ୍ଵରେ କୌରବ ଓ ପଞ୍ଚୁ ପାଣ୍ଡବ ଯୁଦ୍ଧ ଭଳି ହେlଇ ଥାଏ l ଏହିକୁ କୁଣ୍ଢେଇ ଯାତ୍ରା ପର୍ବ ବୋଲି କୁହାଯାଏ l

Leave a Reply

Your email address will not be published. Required fields are marked *