ବିବାହ ଉପଲକ୍ଷେ ରକ୍ତଦାନ ଶିବିର।
ବୌଦ୍ଧ:ତାରିଖ ୫,୧୨,୨୦୨୪..ବୌଦ୍ଧ ଜିଲ୍ଲା ବାମଣ୍ଡା ପଂଚାୟତ ଅନ୍ତର୍ଗତ ବେଠିଆବେରେଣୀଠାରେ ଏକ ବିବାହ ଉତ୍ସବରେ ଏକ ଅଭିନବ ପଦକ୍ଷେପ ନିଆଯାଇଛି।ଫେଡେରେସନ ଅଫ ବ୍ଲଡ ଡୋନେସନ ଇଣ୍ଡିଆର କାର୍ଯ୍ଯକାରିଣୀ ସଦସ୍ଯା ତଥା କୋରାପୁଟ ଜିଲ୍ଲା ଫେଡେରେସନ ଅଫ ବ୍ଲଡ ଡୋନେସନ ଓଡିଶାର ଜିଲ୍ଲା ସଂପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ତାଙ୍କ ପୁତୁରା ତନ୍ମୟର ବିବାହ ଉପଲକ୍ଷେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି ଶିବିରରେ ବରକନ୍ୟାଙ୍କ ସହ ଆଉ ତିନୋଟି ଦମ୍ପତ୍ତି ରକ୍ତଦାନ କରିଥିଲେ। ଅନ୍ଯାନ୍ଯ ସଂପର୍କୀୟମାନେ ମଧ୍ଯ ରକ୍ତଦାନ କରିଥିଲେ। ତନ୍ମୟ,ଲିପି,କଲ୍ଯାଣୀ ,ଗୋବିନ୍ଦ, ଚିନ୍ମୟ,ପ୍ରିୟଙ୍କା, ଶକ୍ତି,ବିଭୂ,ରୁବିନା,ପୁଷ୍ପା,ଶେଷଦେବ, ଆରତୀ,ଶରତ ପ୍ରଭୃତି ରକ୍ତଦାନ କରିଥିଲେ।ସମୁଦାୟ ୨୫ଜଣ ରକ୍ତଦାନ କରିଥିଲେ।ଡକ୍ଟର ଚିତ୍ତରଞ୍ଜନ ମିଶ୍ର ,ସ୍ଵସ୍ତିକ ମିଶ୍ର ,ରୀତା ମିଶ୍ର ଶିବିର ପରିଚାଳନା କରିଥିଲେ।ଲିଭ ଫର ଅଦର୍ସ ଓ ଏଫବିଡିଓ ତରଫରୁ ଶ୍ରୀମତୀ ମିଶ୍ର ଶିବିର ଆୟୋଜନ କରିଥିଲେ। ବୌଦ୍ଧ ରକ୍ତ କେନ୍ଦ୍ରର ଡାକ୍ତର ବିଧାନ ଚନ୍ଦ୍ର ଧଳ ଓ ତାଙ୍କ କର୍ମଚାରୀ ଦେବଦତ୍ତ କିଶାନ, ଜୁଡା ଶବର,ପ୍ରମୋଦ ମହାରଣା,ସୁରଜ ଶେଖର ଭୁକ୍ତା ରକ୍ତ ସଂଗ୍ରହ କରିଥିଲେ।