ବିଧାୟକ ହେବ ତ ଏମିତି ଆପଲସ୍ୱାମୀଙ୍କ ପରି
ରାୟଗଡା : ଭାରତୀୟ ଜାତୀୟ କଂଗ୍ରେସ ଦଳ ରୁ ରାୟଗଡା ବିଧସଭା ନିର୍ବାଚନ ମଣ୍ଡଳୀ ରୁ ଆପଲସ୍ଵାମୀ କାଡ୍ରକା ବିଧାୟକ ଟିକେଟ ପାଇ ଗତ ସାଧାରଣ ନିର୍ବାଚନ 2024 ରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭା ରେ ଶପଥ ନେଇ ବିଧାୟକ ଭାବେ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିଆସୁଛନ୍ତି l ବିଧାୟକ ଭାବେ ନିର୍ବାଚିତ ପୂର୍ବରୁ ଆପଲସ୍ଵାମୀ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଙ୍କ ଅନ୍ତିମ ସଂସ୍କାର ନିମନ୍ତେ ବିନା ପଇସା ରେ କାଠ ଯୋଗାଡ଼ କରି କାଠ ଦେଇ ଆସୁଛନ୍ତି l
ଏମିତିକି ବିଧାୟକ ଭାବେ ନିର୍ବାଚିତ ପରେ ମଧ୍ୟ୍ୟ ଯେବେ ରାୟଗଡା ସହର ରେ ଉପସ୍ଥିତ ରହିଥିବା ସମୟରେ ଯଦି କୌଣସି ବ୍ୟକ୍ତି ଙ୍କ ମୃତ୍ୟୁବରଣ କରନ୍ତି ବିଧାୟକ ଆପଲସ୍ଵାମୀ ନିଜେ କାଠ ଯୋଗାଡ଼ କରି ସ୍ମଶାନ ରେ ଶବ ଦାହ ନିମନ୍ତେ ପହଂଚାଇବା ରେ ଲାଗିପଟିଥିବାର ଦେଖିବାକୁ ମିଳୁଛି l ସୂଚନା ଯୋଗ୍ୟଯେ କୌଣସି ବ୍ୟକ୍ତି ଙ୍କ ଦେହ ଖରାପ କିମ୍ବା ଦୁର୍ଘଟଣା ଘଟିଲେ ମେଡିକାଲ କୁ ଯାଇ ତଦାରଖ କରିବା ସହିତ ସେବାସୁଶ୍ରୁଷା କରିବାର ଦେଖିବାକୁ ମିଳୁଛି l
ପ୍ରାୟ 15 ବର୍ଷ ଧରି ପ୍ରତ୍ୟକ ବର୍ଷ ପୋଙ୍ଗଲ ମକର ସଂକ୍ରାନ୍ତି ଦିନ ଗରିବ ନିରାଶ୍ରୟ ବ୍ୟକ୍ତି ଙ୍କ ପିନ୍ଧିବା ନିମନ୍ତେ ବସ୍ତ୍ର ସହିତ କମ୍ବଳ ପ୍ରଦାନ କରିଥାନ୍ତି l ରାୟଗଡା ସହର ର ବୃଦ୍ଧାଶ୍ରମ ଓ ସେବାସମାଜ କୁ ଯାଇ ଅନ୍ତେବାସୀ ଙ୍କୁ ବିଭିନ୍ନ ପର୍ବ ପର୍ବାଣୀ ସମୟରେ ବସ୍ତ୍ର ସହିତ ଫଳ ମୂଳ ପ୍ରଦାନ କରିଥାନ୍ତି l ବିଭିନ୍ନ ଦୈବୀ ଦୁର୍ବିପାକ ସମୟରେ ଲୋକଙ୍କ ପାଖେ ଛିଡା ହୋଇ ନିଜର ସମର୍ଥ ଅନୁଯାଇ ସାହାଯ୍ୟ କରି ଦୁର୍ବିପାକ ରେ ପୀଡିତ ବ୍ୟକ୍ତି ଙ୍କ ନିଜର ଧର୍ଯ୍ୟ ବଢାଇବା ନିମନ୍ତେ ସ୍ୱାନ୍ତନା ଦେଇଥାନ୍ତି l ଠିକ ସେହିପରି ଗତ 5 -1-2025 ତାରିଖ କାଶୀପୁର ସ୍ଥିତ ଲଷ୍ମୀବଜାର ସାହିର 70 ବର୍ଷୀୟ ମହିଳା ଜନ ନାଏକ ଘର ନିଆଁ ଲାଗିନଷ୍ଟ ହୋଇ ଯାଇଥିବା ଖବର ପାଇ ଆଜି ବିଧାୟକ ଶ୍ରୀ କାଡ୍ରାକା ଆପଲସ୍ୱାମୀ ଆଜି ବୃଦ୍ଧା ମହିଳା ଜନ ନାଏକଙ୍କ ନିକଟକୁ ପହଁଞ୍ଚି ବାରଣ୍ଡା ବସି ବୃଦ୍ଧା ମହିଳାଙ୍କ ଦୁଃଖ ବୁଝିଥିଲେ ଏବଂ ଶୁଖିଲା ଖାଦ୍ୟ ଲୁଗାପଟା ସହାୟତା କରିଥିଲେ ! ଏହାପରେ କାଶୀପୁର ସ୍ଥିତ ମା ଭଗବତି ସଂୟ ସହାୟକ ଗୋଷ୍ଠୀର ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ପରିଦର୍ଶନ କରି ଛତୁଆ କିଭଳି ପ୍ରସ୍ତୁତି ହେଉଛି ତାହାକୁ ବୁଲି ବୁଲି ଦେଖିଥିଲେ ! ଶ୍ରୀ ବିଧାୟକ ଗସ୍ତ ସମୟରେ ସଂସାଦ ପ୍ରତିନିଧି ସାନ୍ଧୁଚରଣ ମାଝୀ ସମତେ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ! ବିଧାୟକ ଆପଲସ୍ଵାମୀ ଙ୍କ ଏହି ମହାନ କାର୍ଯ୍ୟ ପାଇଁ ଜନସାଧାରଣ ଙ୍କ ଭୁୟସୀ ପ୍ରଶଂସା ର ସୁଅ ଚୁଟିବାରେ ଲାଗିଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ