ବିଧାନସଭା ଘେରାଉ ନେଇ ଜିଲା କଂଗ୍ରେସର ପ୍ରସ୍ତୁତି ନେଇ ଗଣମାଧ୍ୟମ କୁ ସୂଚନା
ରାୟଗଡ଼ା : ରାୟଗଡା ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଛି ହିଂସା ଓ ଅପରାଧ, ନାବାଳିକା ଠାରୁ ଆରମ୍ଭ କରି ଯୁବତୀ ଓ ବିବାହିତ ମହିଳା ସମସ୍ତଙ୍କ ଉପରେ ବଢ଼ିଛି ନିର୍ଯାତନା ଏ ନେଇ ଏକ ପ୍ରେସ ବିବୃତି ମାଧ୍ୟମ ଆସନ୍ତା ୨୭ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ ସୂଚନା ଦିଆଯାଇଛି । ଯାହାକୁ ନେଇ ମଙ୍ଗଳବାର ସ୍ଥାନୀୟ ଜିଲା କଂଗ୍ରେସ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ବଳଭଦ୍ର ମାଝି ଓ ଜିଲା ପ୍ରଭାରୀ ଦ୍ରୌପଦୀ ମାଝି ଯୋଗଦେଇ ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ରାଜ୍ୟରେ ରହିଥିବା ଡବଲ ଇଞ୍ଜିନ ସରକାର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ଫେଲ୍ ମାରିଛି ବୋଲି କହିଛନ୍ତି ପ୍ରବକ୍ତା ବଳଭଦ୍ର ମାଝି । ବିଧାନସଭାରେ ନିଜେ ମୁଖ୍ୟମନ୍ତ୍ରୀ ଗତ ଦୁଇ ବର୍ଷରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନାର ତଥ୍ୟରୁ ଜଣାପଡ଼ିଛି ବୋଲି କହିଛନ୍ତି ବଳଭଦ୍ର । ଯଦି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନାରୀ ନିର୍ଯାତନାରେ ଅଙ୍କୁଶ ନଲଗାଏ ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ନାରୀ ନିର୍ଯାତନ ରୋକିବା ଦିଗରେ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି ପ୍ରବକ୍ତା ବଳଭଦ୍ର କହିଛନ୍ତି । ସେହିଭଳି ରାଜ୍ୟର ଗୃହ ବିଭାଗ ନିଜେ ମୁଖ୍ୟମନ୍ତ୍ରୀ ଦେଖୁଥିବା ବେଳେ ଏଭଳି ନାରୀ ନିର୍ଯାତନ ଲଜ୍ଜାଜନକ ବୋଲି କହିଛନ୍ତି ଜିଲା ପ୍ରଭାରୀ ଦ୍ରୌପଦୀ ମାଝି । ଏଭଳିକି କେଉଁଝରରେ ନାବାଳିକା ଗର୍ଭବତୀ ହେବା ଏବଂ ମାଲକାନଗିରି ଜିଲାରେ ଏକ ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବାକୁ ନେଇ ବିଶୋଦଗାର କରିଛନ୍ତି ଦ୍ରୌପଦୀ । ତେଣୁ ରାଜ୍ୟରେ ବଢ଼ୁଥିବା ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପ୍ରତିବାଦ କରି ପ୍ରଦେଶ କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି ଦ୍ରୌପଦୀ । ଜିଲା କଂଗ୍ରେସ ସଭାପତି ଶଙ୍କର ଜିଲାକାରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ କାର୍ଯ୍ୟକାରୀ ସଭାପତି ଶଙ୍କର୍ଷଣ ମଙ୍ଗରାଜ, ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଯୁବନେତା ହରିଶ ପଟନାୟକଙ୍କ ସମେତ ରାୟଗଡ଼ା ବ୍ଲକ ସଭାପତି ଗାଡିଗା ବାଛେଲି, କାଶୀପୁର ବ୍ଲକ ସଭାପତି ଅଙ୍ଗଦ ନାଏକ ଓ ମିରାବାଲି ସରପଂଚ ଅଶୋକ ପୁଆଲା, ସତ୍ୟବାନ ତାଡ଼ିଙ୍ଗି, ସମିତି ସଭ୍ୟ ଭୂଷଣ ବିଡ଼ିକା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ