ବିଧାନସଭା ଓ ଏମପି ପାର୍ଲାମେଣ୍ଟରେ ମୋହନା ଅଞ୍ଚଳରେ ବିକାଶର କଥା ସ୍ୱର ଶୁଭୁନି l

ବିଧାନସଭା ଓ ଏମପି ପାର୍ଲାମେଣ୍ଟରେ ମୋହନା ଅଞ୍ଚଳରେ ବିକାଶର କଥା ସ୍ୱର ଶୁଭୁନି l

ଆର,ଉଦୟଗିରି :6/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ବ୍ଲକ ହେଉଛି ଓଡିଶାର ଦ୍ବିତିୟ ବ୍ରୁହତ୍ତମ ବ୍ଲକ କିନ୍ତୁ ଏହି ବ୍ଲକ ରେ ଅନେକ ସମସ୍ୟା ରହିଛି ଯଥା -ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପକା ରାସ୍ତା l ଦୀଘ୍ରବର୍ଷ ହେବ ଏହି ଅଞ୍ଚଳରେ ମୁଖ୍ୟ ସମସ୍ୟା କିନ୍ତୁ ଆଜି ଯାଇ ଏହାର କିଛି ସମାଧାନ ହେଇପାରିନି l କେତେ ସରକାର ଯାଇଛି ଓ ଆସିଛି ହେଲେ ଆଜି ଯାଇ ଏହା ର ସମାଧାନ ହେଇନି l ନିର୍ବାଚନ ଆସିଲେ ବଡ଼ ବଡ଼ ପ୍ରତିଶୁତି ନେତା ମନ୍ତ୍ରୀ ଦେଇଛନ୍ତି କିନ୍ତୁ କାମ ଜୋର l ଆଜି ବି ମୋହନା ଅଞ୍ଚଳରେ ଲୋକମାନେ ମୌଳିକ ସେବାରୁ ବଞ୍ଚିତ l ଏହି ସବୁର ସମସ୍ୟାର ସମାଧାନ ପାଇଁ ବିଧାନସଭା ଓ ଏମପି ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ପାଇଁ ମୋହନା ଅଞ୍ଚଳର ସାଧାରଣ ଜନତା ଦାବୀ କରିଛନ୍ତି l ଓ ଗଜପତି ଜିଲ୍ଲାର ବିକାଶ ପାଇଁ ବ୍ରହ୍ମପୁରର ଏମପି ଓ ମୋହନା MLA କିଛି ସୂଚନା ଦେଉ ନାହାନ୍ତି ବିଧାନସଭାରେ ଓ ପାର୍ଲାମେଣ୍ଟରେ l MLA ବିକାଶ ଦାବି କରୁନାହାନ୍ତି ଓ ଏମପି ପାର୍ଲାମେଣ୍ଟରେ ମୋହନା ଓ ଗଜପତି ଜିଲ୍ଲାର ବିକାଶ ପାଇଁ ସ୍ୱର ଉଠାଉ ନାହାନ୍ତି l ବ୍ରହ୍ମପୁର ଏମପି ଓ MLA ମୋହନା ଓ ଗଜପତି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ନିକଟରେ ଦାବି କିମ୍ଭା ପ୍ରସ୍ତାବ ଦେଉ ନାହାନ୍ତି କେମିତି ମୋହନା ଓ ଗଜପତି ଜିଲ୍ଲାର ବିକାଶ ପାଇଁ ଆମେ ଆଶା କରିବା ବୋଲି ଅଞ୍ଚଳର ସାଧାରଣ ଜନତା ଓ ବୁଦ୍ଧି ଜୀବି ଚର୍ଚ୍ଚା କରୁଛନ୍ତି l

Leave a Reply

Your email address will not be published. Required fields are marked *