ବିଦ୍ୟୁତ ଆଘାତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ

*ବିଦ୍ୟୁତ ଆଘାତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ*

ନୂଆପଡା (ଓମ୍ ପ୍ରକାଶ ଚୌଧୁରୀ)ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମର ଦାଦନ ଶ୍ରମିକ ଭଗତ ମାଝୀ (୨୭) ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ୨୯ ତାରିଖ ଦିନ ତେଲେଙ୍ଗାନା ରାଜ୍ୟର ବୈଦାପାଲି ସ୍ଥିତ ଇଟାଭାଟିରେ କାମ କରୁଥିବା ବେଳେ ଭଗତଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ତେଲେଙ୍ଗାନାର ଏକ ଡ଼ାକ୍ତରଖାନାର ଭର୍ତ୍ତି କରିଥିବା ବେଳେ ଆଜି ଭଗତଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଗ୍ରାମରେ ଶବ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *