ବିଦ୍ୟାଳୟରେ “ଶୂନ୍ୟ ଦଣ୍ଡବିଧାନ ନୀତି ” କାର୍ଯ୍ୟକାରୀ ପାଇଁ ଶପଥ କାର୍ଯ୍ୟକ୍ରମ…
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ହାଇସ୍କୁଲ ଠାରେ ଜାତୀୟ ଶିକ୍ଷାନୀତି ୨୦୦୯ ର ନିୟମ ପ୍ରକାରେ ପ୍ରତ୍ୟେକ ବିଦ୍ୟାଳୟ ରେ ଯେପରି ଶୂନ୍ୟ ଦଣ୍ଡବିଧାନ ର ପରିବେଶ ରହିବ ସେଥିପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଅଛି l ଏହି ପରିପ୍ରେକ୍ଷୀରେ ଟିକାବାଲି ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ l ବିଦ୍ୟାଳୟ କୁ କିପରି ଏକ ଭୟମୁକ୍ତ ପରିବେଶ ପରି ଗଢି ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିପାରିବା ସେହି ବିଷୟରେ ପୁଙ୍ଖାନୁପୁନକ୍ଷିକ ଆଲୋଚନା ହୋଇଥିଲା l