*ବିଦ୍ୟାର୍ଥୀ ପରିଷଦ ସୁନ୍ଦରଗଡ଼ର ଡାଃ ସଂଜୀବ କୁମାର ନାଏକ ପଶ୍ଚିମ ଓଡିଶା ପ୍ରାନ୍ତର ନୂତନ ଓ ପ୍ରଥମ ସଭାପତି*
ବିଶ୍ୱର ସର୍ବବୃହତ୍ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନ କଟକର ଜବାହର ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା ୲ ଉକ୍ତ ଅଧିବେଶନ ଗତ ଡିସେମ୍ବର ୨୬ ରୁ ଡିସେମ୍ବର ୨୮ ଦୀର୍ଘ ୩ ଦିନ ପାଇଁ ହୋଇଥିଲା ୲ ଏହି ଅଧିବେଶନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଥିଲେ ଓ ପରିଷଦରେ କାମ କରିଥିବା ପୁରାତନ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ ୲ ଛାତ୍ରଛାତ୍ରୀମାନଙ୍କର ରାଷ୍ଟ୍ରପ୍ରତି ଭଲପାଇବା, ନିଷ୍ଠା, କର୍ତ୍ତବ୍ୟବାନ ଓ ଶିକ୍ଷା କ୍ଷେତ୍ରରେ କେମିତି ବିକାଶ ପାଇଁ ଆଲୋଚନା ହୋଇଥିଲା ୲ ରାଜ୍ୟର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରେ କାର୍ଯ୍ୟ କରୁଥିବା ବିଭିନ୍ନ କାର୍ଯ୍ୟକର୍ତ୍ତା ମାନଙ୍କୁ ନୂତନ ଦାୟିତ୍ଵ ମଧ୍ ପ୍ରଦାନ କରାଯାଇଥିଲା ୲ ତେବେ ଏହି ନୂତନ ଦାୟିତ୍ବ ଘୋଷଣାରେ ଡାଃ ସଂଜୀବ କୁମାର ନାଏକଙ୍କୁ ପଶ୍ଚିମ ଓଡିଶା ପ୍ରାନ୍ତର ନୂତନ ଓ ପ୍ରଥମ ସଭାପତି ରୂପେ ଦାୟିତ୍ଵ ହସ୍ତାନ୍ତର କରାଯାଇଛି୲ଏହା ପୂର୍ବରୁ ଡାଃ ନାଏକ ସୁନ୍ଦରଗଡ ଜିଲ୍ଲା ପ୍ରମୁଖ ସମେତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପ୍ରାନ୍ତର ଉପସଭାପତି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇଥିଲେ ୲ ତାଙ୍କର କାର୍ଯ୍ୟକର୍ତ୍ତା ସମୟରେ ଅନେକ ଛାତ୍ର ନେତା ମାନଙ୍କୁ ନଗର ଠାରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ଛାତ୍ର ନେତା ସ୍ରୁଷ୍ଟି କରିଛନ୍ତି ୲ ଏହି ଅଧିବେଶନରେ ସୁନ୍ଦରଗଡ଼ ବିଭାଗ ସଂଯୋଜକ ଗୋପାଳ ନାଏକଙ୍କୁ ପଶ୍ଚିମ ଓଡିଶା ପ୍ରାନ୍ତର ସୋସିଆଲ ମିଡ଼ିଆ ସଂଯୋଜକ, ସୁନ୍ଦରଗଡ଼ ଜିଲ୍ଲା ସଙ୍ଗଠନ ସମ୍ପାଦକ ନାରାୟଣ ବେହେରାଙ୍କୁ ଛାତ୍ର ସନ୍ଦେଶ ପ୍ରମୁଖ, ମହୁଲପାଳି ମହାବିଦ୍ୟାଳୟ ରାଷ୍ଟ୍ରୀୟ କଳାମଞ୍ଚ ସଂଯୋଜିକା ଚୁମୁକି ନାଏକ ଓ ସୁନ୍ଦରଗଡ ନଗର ସମ୍ପାଦିକା ହ୍ରିତିକା ପଟେଲଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଳି ଗୁରୁ ଦାୟିତ୍ବ ଗ୍ରହଣ କରିଛନ୍ତି ୲ ତେବେ ଡାଃ ସଂଜୀବ କୁମାର ନାଏକ ସୁନ୍ଦରଗଡ ବାସିନ୍ଦା ହୋଇଥିବାରୁ ଏହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ବୋଲି ଅଭିହିତ ହୋଇଛି ୲ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।