ବିଡ଼ିଓଙ୍କ ଅଫିସ ପାଲଟିଛି ବିଜେଡିର ପ୍ରଚାର ପେଣ୍ଠ |

ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ବ୍ଲକରେ ଦେଖିବାକୁ ମିଳିଛି ଏକ ଏଭାବନୀୟ ଘଟଣା । ଏଠାରେ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରିବା ସହ କୁହାଯାଇଛିଯେ ବିଡ଼ିଓଙ୍କ କାର୍ଯ୍ୟାଳୟକୁ ବିଜୁ ଜନତା ଦଳ ନିଜର କାର୍ଯ୍ୟାଳୟ ରୂପେ ବ୍ୟବହାର କରିବା ସହ ନିର୍ବାଚନ ପ୍ରଚାରର ପେଣ୍ଠ ସ୍ଥଳୀ ରୂପେ ବ୍ୟବହାର କରିଛନ୍ତି. ଗତ କିଛି ତଳେ ବିଜେଡ଼ି ଦଳ ତରଫରୁ ଏକ ବିରାଟ ରାଲି ଆୟୋଜନ କରାଯାଇଥିଲା। ଏନେଇ ଏକ ଅଦ୍ଭୂତ ଘଟଣା ସାମ୍ନାକୁ ଆସିଛି ଯେ, ଜଣେ ପ୍ରଶାସନିକ ଅଧିକାରୀ କିଭଳି ଭାବେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ଭାବେ କାର୍ଯ୍ୟ କରିବା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ତରଫରୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କୁହାଯାଇଛିଯେ, ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ଦିନ ଠାରୁ ନିର୍ବାଚନ କମିଶନର ଘୋଷଣା କରିଛନ୍ତି ଯେ, ସମସ୍ତ ସରକାରୀ ଏବଂ ସମସ୍ତ ଠିକା କର୍ମଚାରୀ ଯେଉଁମାନେ ସରକାରୀ ଖଜଣାରୁ ଅର୍ଥାତ ଅଙ୍ଗନୱାଡ଼ି କର୍ମୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ, ଏମ୍ ବିକେ, ବେତନ ପାଉଛନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ନିରପେକ୍ଷ ବଜାୟ ରଖିବାକୁ ହେବ ଏବଂ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ପାଇଁ ନିରପେକ୍ଷତା ସୁନିଶ୍ଚିତ କରିବାକୁ ପଡ଼ିବ। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୌଣସି ପ୍ରାର୍ଥୀ ରାଜନୈତିକ ଦଳର ହିତ ପାଇଁ ସେମାନେ କାର୍ଯ୍ୟ କରିବା ଉଚିତ ନୁହେଁ। ପକ୍ଷପାତ ଆଚରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆରପି ଆକ୍ଟ, ୧୯୫୧ ୟୁ/ଏସ ୨୮ଏ ଅନୁଯାୟୀ ନିର୍ବାଚନ ପରିଚାଳନା ସହ ଜଡ଼ିତ ସମସ୍ତ ସରକାରୀ କର୍ମଚାରୀଙ୍କୁ ଭାରତର ନିର୍ବାଚନ ଆୟୁକ୍ତଙ୍କ ପ୍ରତିନିଧି ରୂପେ ବିବେଚନା କରାଯାଏ। ଏବଂ ସରକାରୀ କର୍ମଚାରୀ ମାନଙ୍କୁ କୌଣସି ରାଜନୈତିକ ଦଳରେ ଜଡ଼ିତ ନହେବା ପାଇଁ ଆଦର୍ଶ ଆଚରଣ ବିଧିର ନିୟମାବଳୀରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ସରକାରୀ ଅଧିକାରୀ ମାନଙ୍କୁ ରାଜନୀତି ଦଳରେ ପ୍ରତ୍ୟକ୍ଷ, ପରୋକ୍ଷ, ଭାବେ ଜଡ଼ିତ ନ ହେବାକୁ ନୀତି ନିୟମ ଥିବାବେଳେ ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ବ୍ଲକରେ ସିଧାସଳଖ ବିଜେଡ଼ି ପକ୍ଷରୁ ରାଲି ଆୟଜନ କରାଯାଇଥିବା ଦିନ ବିଜେଡ଼ି ଦଳର କର୍ମୀ ଦଳର ଝେଣ୍ଡା ଗୁଡ଼ିକୁ ହାତରେ ଧରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର ପରିସର ଭିତରକୁ ଆଣୁଥିବା ସମୟରେ ବିଜେପି ଦଳର କର୍ମୀ ସିଧାସଳଖ ନିଜ ମୋବାଇଲରେ ଫଟୋ କାଡି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ ଯାହାକୁ ନେଇ ଅନେକ ସାଧାରଣରେ ଦୃଢ଼ ନିନ୍ଦା କରିବା ସହ ତୀବ୍ର ସମାଲୋଚନା କରାଯାଇଛି। ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ କିଭଳି ଭାବେ ନିର୍ଦ୍ଧିଷ୍ଟ ବିଜେଡି ଦଳର ପତାକା ଦେଖିବାକୁ ମିଳିଲା ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି । ଆମ ପ୍ରତିନିଧି ଗୋଶାଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନଙ୍କ ପ୍ରତିକ୍ରିୟା ନେବାକୁ ବହୁ ଚେଷ୍ଟା କରି ବହୁବାର ମୋବାଇଲ ଦ୍ୱାରା ଯୋଗାଯୋଗ କରିଥିଲେ. କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋବାଇଲ ନ ଲିପ୍ଟ ନ କରିବା ଯୋଗୁଁ ତାଙ୍କର ପ୍ରତିକ୍ରିୟା ମିଳିନାହିଁ. ଜଣେ ପ୍ରଶାସନିକ ଅଧିକାରୀ କିଭଳି ଭାବରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ତାହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରିଛନ୍ତି।

ଏହି ଅନୈତିକ ଘଟଣାବଳୀକୁ ନେଇ ବିଜେପି ଦଳ ଦୃଢ଼ ନିନ୍ଦା କରିବା ସହ ଏହିଭଳି ଅନୈତିକ କାର୍ଯ୍ୟକଳାପ କୁ ନେଇ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ ନିୟମାନୁଯାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ ଏବଂ ଚଳିତ ବିଧାନସଭାର ବିଜେପି ପ୍ରାର୍ଥୀ କେ. ନାରାୟଣ ରାଓ ଦୃଢ ନିନ୍ଦା କରିବା ସହ ସମ୍ପୃକ୍ତ ଘଟଣା ନେଇ ରାଜ୍ୟ ବିଜେପି କର୍ମକର୍ତ୍ତାଙ୍କୁ ଜଣାଇଥିଲେ. ପରେ ରାଜ୍ୟ ବିଜେପି କର୍ମକର୍ତ୍ତାମାନେ ଏହି ଘଟଣା ନେଇ ଉଦବେଗ କରିବା ସହ ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ଵାରାସ୍ଥ ହୋଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଜେପି ଦଳ ତରଫରୁ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *