ବିଜେପି ସଦସ୍ୟଙ୍କ ସାମ୍ବାଦିକ ସମ୍ମିଳନୀ।

ବିଜେପି ସଦସ୍ୟଙ୍କ ସାମ୍ବାଦିକ ସମ୍ମିଳନୀ।

ସେମିଳିଗୁଡା.ତାରିଖ ୫,୩,୨୦୨୫:କୋରାପୁଟ ଜିଲ୍ଲାର ବରିଷ୍ଠ ସମାଜସେବୀ ଡ଼ଃ ରାଜକିଶୋର ନାୟକ ଓ “ସେବା ଓ ସହଯୋଗ ” ଏବଂ “ଲିଭ ଫର ଅଦର୍ସ ” ର ପ୍ରତିଷ୍ଠାତ୍ରୀ ସ୍ନିଗ୍ଧାରାଣୀ ମିଶ୍ର ତାଙ୍କ ସମର୍ଥକ ଶ୍ରୀ ଗଜାନନ ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମୀଙ୍କ ସହ ବିଜେପି ଦଳ ରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ବୋଲି ଆଜି ସେମିଳିଗୁଡା ଠାରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି l ସୂଚନା ଅନୁଯାୟୀ ଗତକାଲି କୋରାପୁଟ ରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାୟକ ଓ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, କୋଟପାଡ଼ ବିଧାୟକ, ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିବ ମୁଦୁଲୀ, ବିଜେପି ବରିଷ୍ଠ ନେତା ଶ୍ରୀ ତ୍ରିନାଥ ପଣ୍ଡା ତଥା ଶ୍ରୀ କାଲିରମ ମାଝୀ ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତି ରେ ବିଜେପି ରେ ଯୋଗ ଦେଇଛନ୍ତି l ଶ୍ରୀ ନାୟକ ବିଗତ ୪୦ ବର୍ଷ ଧରି ଜନତା ଦଳରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପଦ ପଦବୀ ରେ ରହି ଆସି ଥିବା ବେଳେ ବିଜୁ ଜନତା ଦଳ ର ଗଠନ ଆରମ୍ଭରୁ ହିଁ ବିଭିନ୍ନ ପଦପଦବୀ ରେ ରହି ସକ୍ରିୟ ରାଜନୀତି କରି ଆସୁ ଥିଲେ। l ଶ୍ରୀ ନାୟକ ଜିଲ୍ଲା ର ଜଣେ ବରିଷ୍ଠ ସମବାୟବିତ ତଥା କୃଷିବିତ ଅଟନ୍ତି l ତା ସହ ସେ କୋରାପୁଟ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ର ଆବାହକ ମଧ୍ୟ ଅଛନ୍ତି l ଖାଲି ସେତିକି ନୁହଁ, ଜିଲ୍ଲା ର ବିଭିନ୍ନ ସମାଜ ସେବା ଅନୁଷ୍ଠାନ ତଥା ଗଣମାଧ୍ୟମ ସଂଘ ସହିତ ବି ସମ୍ପୃକ୍ତ ଥିବା ଜଣାଯାଏ l ସେ ବିଜୁ ଜନତା ଦଳରୁ ଗତ ସାଧାରଣ ନିବାଚନ ପୂର୍ବରୁ ଇସ୍ତଫା ଦେଇଥିଲେ l l କୋରାପୁଟ ଜିଲ୍ଲା ରେ ଶ୍ରମିକ ଓ କୃଷକ ସମୁଦାୟ ରେ ତାଙ୍କର ବିଶେଷ ଦବଦବା ଥିବାରୁ ବିଜେପି ର ସଂଗଠନ କୋରାପୁଟ ଜିଲ୍ଲାରେ ସୁଦୃଢ ହେବ ବୋଲି ଆଶା କରାଯାଉଛି l ସେହିପରି ସ୍ନିଗ୍ଧା ରାଣୀ ମିଶ୍ର ୩୬ ବର୍ଷର ସରକାରୀ ଚାକିରୀ ପରେ ସେବା ନିବୃତ୍ତ ହୋଇ ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୨୦୨୧ରୁ ବିଜେପି ପାଇଁ କାର୍ଯ୍ଯ କରିଆସୁଛନ୍ତି।ସେ ଜଣେ ସମାଜସେବୀ ,ରକ୍ତଦାତା ଓ ଉଚ୍ଚ ଶିକ୍ଷିତା ମହିଳା ଭାବରେ ଅନେକ ଗୁଡିଏ ଡିଗ୍ରୀ ହାସଲ କରିଛନ୍ତି ।ସେବା ଓ ସହଯୋଗ ଏବଂ ଲିଭ ଫର ଅଦର୍ସ ,ଦୁଇଟି ସାମାଜିକ ଅନୁଷ୍ଠାନର ମୂଖ୍ଯ ହିସାବରେ ଅନେକ ସେବା କାର୍ଯ୍ଯରେ ନିୟୋଜିତ ଓ ୨୦୨୪ସାଧାରଣ ନିର୍ବାଚନରେ ରାଜ୍ଯ ଓ କୋରାପୁଟରେ ବିଜେପିର ପ୍ରଚାରରେ ସକ୍ରିିୟ ଭୂମିକା ଗ୍ରହଣ କରିଥିଲେ।ଦୀର୍ଘ ଚାରି ବର୍ଷ ଧରି ସେ ବିଜେପିଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ପାଇଁ କାର୍ଯ୍ଯ କରିଆସୁଛନ୍ତି।ଜିଲ୍ଲାରେ ମହିଳା ସଂଗଠନକୁ ଗ୍ରାମ୍ୟ ସ୍ତରରେ ମଜବୁତ କରିବାପାଇଁ ସେ କାର୍ଯ୍ଯ କରୁଛନ୍ତି। ଶ୍ରୀ ଗଜାନନ ପାଣିଗ୍ରାହୀ,ଅମର ନାୟକ ମଧ୍ଯ ବିଜେପିରେ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *