ବିଜେପି ମହିଳା ଶାଖାର ତରଫରୁ ବିଶ୍ବ ସ୍ବଚ୍ଛତା ଦିବସ ସେମିଳିଗୁଡା.ତାରିଖ ୨୦,୯,୨୦୨୪ ସେମିଳିଗୁଡା ବିଜେପି ମହିଳା ଶାଖା ତରଫରୁ ବିଶ୍ବ ସ୍ବଚ୍ଛତା ଦିବସ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ବିଜେପି କର୍ମକର୍ତ୍ତା ସ୍ନିଗ୍ଧାରାଣୀ ମିଶ୍ରଙ୍କ ନେତୃତ୍ବରେ ମହିଳାମାନେ ବସଷ୍ଟାଣ୍ଡରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫାକରି ଫୁଲ ହାର ପିନ୍ଧାଇ ଥିଲେ।ସମଗ୍ର ପରିସରକୁ ଝାଡୁମାରି ସଫା କରିଥିଲେ।ଆଗକୁ ମଧ୍ଯ ଏହିପରି ସ୍ବଚ୍ଛତା କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଶ୍ରୀମତୀ ମିଶ୍ର କହିଥିଲେ। କାର୍ଯ୍ୟକ୍ରମରେ ସୁବାସିନୀ ସାହାଣୀ,ସନ୍ତୋଷିନୀ ଜେନା,ଆଶା ଶର୍ମା,ଗାୟତ୍ରୀ ମହନ୍ତ, ଜେମା ଶିଶା,କୁନି ଦଣ୍ଡସେନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।
