ନୂଆଦିଲ୍ଲୀ : ଶପଥ ଗ୍ରହଣ ପର୍ବ ଶେଷ ହେବା ପରେ ଆଜି ରାତି ସୁଦ୍ଧା ଦିଲ୍ଲୀ ରେଖା ଗୁପ୍ତା ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ଗୃହ, ଅର୍ଥ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିବାର ସମ୍ଭାବନା ଥିବାବେଳେ ପ୍ରବେଶ ବର୍ମାଙ୍କୁ ପିଡବ୍ଲୁଡି, ଶିକ୍ଷା ଓ ପରିବହନ ବିଭାଗ ଦିଆଯାଇପାରେ । ସେହିପରି ମନଜିନ୍ଦର ସିଂ ସିରସାଙ୍କୁ ସ୍ବାସ୍ଥ୍ୟ, ସହରି ବିକାଶ ଓ ଶିଳ୍ପ ବିଭାଗ ମିଳିପାରେ । ବିଜେପି ନେତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉପ ରାଜ୍ୟପାଳ ଭିକେ ସକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ୬ ଜଣ ବିଜେପି ବିଧାୟକ କ୍ୟାବିନେଟ ସଦସ୍ୟ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ରେଖା ପ୍ରଥମଥର ପାଇଁ ବିଧାୟକ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗରୁ ରେଖା ୨୯ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ବିଜେପି ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଦଖଲ କରିଥିବା ବେଳେ ଫଳାଫଳ ପ୍ରକାଶ ପାଇବାର ୧୧ ଦିନ ପରେ ରେଖା ଗୁପ୍ତା ଓ ତାଙ୍କ କ୍ୟାବିନେଟ ସହଯୋଗୀମାନେ ରାମଲୀଲା ମୈଦାନରେ ଶପଥ ନେଇଛନ୍ତି।
Related Posts

ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି ।
ନୂଆଦିଲ୍ଲୀ: କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମାଙ୍କ ବିରୋଧରେ ହାସ୍ୟାସ୍ପଦ ଅଭିଯୋଗ ଆଣିଥିବା ଟ୍ରୁଡୋ ସରକାରଙ୍କୁ କଠୋର ସମାଲୋଚନା କରିବା ପରେ ବୈଦେଶିକ ବ୍ୟାପାର…

ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚୀନ୍କୁ ୧-୦ ଗୋଲରେ ପରାସ୍ତ କରିଛି।
ବେଜିଂ: ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚୀନ୍କୁ ୧-୦ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ଜୁଗରାଜ ସିଂ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ସେ…

ପାକିସ୍ତାନ ଯିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ।
ପାକିସ୍ତାନ ଯିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । ୧୦ ବର୍ଷ ପରେ କୌଣସି ଭାରତୀୟ ବିଦେଶ ମନ୍ତ୍ରୀ ପାକିସ୍ତାନ ଯାଉଛନ୍ତି । ପୂର୍ବରୁ ୨୦୧୫ରେ ତତ୍କାଳୀନ…