-ବିଜେଡି ମହିଳା ସମାବେଶରେ ଅଧିରାଜ-
ନୂଆପଡା:(ଓମ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲା ଖରିଆର ବିଧାନସଭା ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହିଙ୍କ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ବ୍ଲକ ମହିଳା ସଭାନେତ୍ରୀ ମିନତୀ କାଣ୍ଡଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବିଜେଡି ମହିଳା ଦଳର ମହିଳା ସମାବେଶରେ ୩୦୦୦ ରୁ ଉର୍ଦ୍ଧ୍ବ ମହିଳା ଯୋଗଦାନ କରିଥିଲେ । ଆୟୋଜିତ ସଭାରେ ବିଧାୟକ ବର୍ତ୍ତମାନର ବିଜେଡି ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ, ଦଳୀୟ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷିକା ସରୋଜିନୀ ରାଜ,ରାଜ୍ୟ ସଂଯୋଜକ ଦେବେସ ଦାସ,ରାଜ୍ୟ ମହିଳା ସଭାନେତ୍ରୀ ଶେଫାଳୀ ସଲମା,ରାଜ୍ୟ ମହିଳା ସମ୍ପାଦିକା ଯସୋବନ୍ତୀ ମେହେର,ଜିଲ୍ଲା ମହିଳା ସଭାନେତ୍ରୀ ସରସ୍ଵତୀ ବାଗ,ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର,ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ,ଜିଲ୍ଲା ପରିଷଦ ଯାଜ୍ଞସେନି କଟା,ବୋଡ଼େନ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ସିନାପାଲି ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା,ସରପଂଚ ମିନତୀ ନନ୍ଦ,ସରପଂଚ ମୁକ୍ତା ରାଉତ,ସରପଂଚ ଜୟଶ୍ରୀ ପଟେଲ,ମଦନା ବତି ବିଶ୍ଵାଳ ପ୍ରମୁଖ ମଞ୍ଚାଷିନ ଥିଲେ ।
ସମସ୍ତ ଅଧିକାରୀ ନିଜ ନିଜ ବକ୍ତବ୍ୟରେ ବିଶେଷକରି ନାରୀ ସଶକ୍ତିକରଣ ଓ ନାରୀଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ତଥା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନାରୀଙ୍କୁ ସ୍ୱାବଲମ୍ବୀ କରିବାରେ ନବୀନ ସରକାରଙ୍କ ଭୂମିକା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ।ଏଥର ଡବଲ ଶଙ୍ଖରେ ଭୋଟ ଦେବା ପାଇଁ ନିଜେ ବିଧାୟକ ପ୍ରାର୍ଥୀ ଉପସ୍ଥିତ ସମସ୍ତ ମହିଳା ଓ ଅନ୍ୟାନ୍ୟ ସାଧାରଣ ଜନତାଙ୍କୁ ହାତ ଯୋଡ଼ି ଅନୁରୋଧ କରିଥିଲେ ।ମଞ୍ଚରେ ଉପବେଶନ କରିଥିବା ସମସ୍ତ ମହିଳା ନେତ୍ରୀ ତଥା ଉପସ୍ଥିତ ମହିଳା ସମାବେଶକୁ ଦେଖିବାପରେ ଜଣାପଡ଼ୁଥିଲା ନବୀନଙ୍କ ମାଆକୁ ସମ୍ମାନ ନୀତି ।
ସମାବେଶରେ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରର ସମସ୍ତ ବିଜେଡି ପଦାଧିକାରୀ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ମିନତୀ କାଣ୍ଡ ସୁନ୍ଦର ଭାବରେ ଆଜିକାର ସମାବେଶ ଆୟୋଜନ ସହିତ ମଞ୍ଚ ପରିଚାଳନା କରିଥିଲେ ।