ବିଜୁ ବାବୁ ଙ୍କୁ ଅପମାନ ର ପ୍ରତିବାଦ ରେ ରାୟଗଡା ନିର୍ବାଚନ ମଣ୍ଡଳୀ ବିଜେଡି ର ଦୁଇ ଗୋଷ୍ଠୀ ର ଭିନ୍ନ ଭିନ୍ନ ଧାରଣା
ରାୟଗଡା : ରାଜ୍ୟରେ ପୂର୍ବତନ ବିଜେଡି ସରକାର ଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ପ୍ରତିବର୍ଷ ମାର୍ଚ୍ଚ 5 ତାରିଖ କୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରିଆସୁଥିଲେ କିନ୍ତୁ ବର୍ତ୍ତମାନ ର ବିଜେପି ର ମୋହନ ମାଝୀ ଓ ନରେନ୍ଦ୍ର ମୋଦି ଙ୍କ ଡବଲ ଇଂଜିନ ସରକାର ଏହି ପଂଚାୟତ ରାଜଦିବସ କୁ ମାର୍ଚ୍ଚ 5 ପରିବର୍ତ୍ତେ ଏପ୍ରିଲ 24 କୁ ନିର୍ଦ୍ଧାରିତ କରି ପାଳନ କରିବା ଓ ମାର୍ଚ୍ଚ 5 କୁ ପଞ୍ଚାୟତ ରାଜ ଦିବସ ନିଷିଦ୍ଧ ଘୋଷଣା ଓ ସରକାରୀ ଛୁଟି ବାତିଲ କରାଯିବା ଘଟଣା କୁ ନେଇଁ ବିଜେପି ପକ୍ଷରୁ ପ୍ରତିବାଦ କରିଛି ବିଜେଡି l ସୂଚନା ଯୋଗ୍ୟଜେ ରାୟଗଡା ବିଧାନସଭା କ୍ଷେତ୍ର ର ବିଜେଡି ର ଦୁଇ ଗୋଷ୍ଠି ପୃଥକ ପୃଥକ ଭାବେ ସାମନ୍ତରଳ ଭାବେ ବିଜୁ ଜନ୍ମଜୟନ୍ତୀ ଓ ପ୍ରତିବାଦ ସଭା ପାଳିବାର ଦେଖିବାକୁ ମିଳିଥିଲା l ପୂର୍ବତନ ମନ୍ତ୍ରୀ ଲାଳବିହାରୀ ହିମରିକା ଙ୍କ ନେତୃତ୍ୱ ରେ ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ ଗଙ୍ଗା ଧର ପୁଆଲା, କେ ସି ସି ବ୍ୟାଙ୍କ ନିର୍ଦେଶକ ତିରୁପତି ବାନାଗାଡି ରାୟଗଡା ବ୍ଲଜ ଅଧକ୍ଷା ଟୁନି ହୁଇକା ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା, ଜ଼ିଲ୍ଲା ବିଜେଡି ମହିଳା ସଭା ନେତ୍ରୀ ତଥା ପୌର ପରିଷଦ ର କାଉନସିଲେର ଶର୍ମିତା ପାଢ଼ୀ, ସୁଜାତା ପାଳ, ଚନ୍ଦ୍ରକାନ୍ତ ସାମଲ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ କରିଥିବା ବେଳେ, 326 ନମ୍ବର ଜାତୀୟ ରାଜପଥ କଡ଼ ରେ ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ଅନୁସୟା ମାଝୀ, ପୌର ପରିଷଦ ର ଉପାଦକ୍ଷା ଶୁଭ୍ରା ପଣ୍ଡା, ବିନାୟକ ପଳାଇ, ପି ଗୌରୀ ଶଙ୍କର, ରାବଲ ମାଝୀ ଙ୍କ ସହିତ ବହୁ ବିଜେଡି ର ଉଭୟ ଗୋଷ୍ଠି ର କର୍ମୀ ପ୍ରତିବାଦ ସଭା ରର ଉପସ୍ଥିତ ରହିଥିଲେ l ବିଜୁ ଜନ୍ମଜୟନ୍ତୀ ଓ ପ୍ରତିବାଦ ସଭା ରୁ ବିଜେଡି ର ଗୋଷ୍ଠି କନ୍ଦଳ ଆଗକୁ ଭୟଙ୍କର ରୂପ ନେବ ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି l ବିଜେଡି ରର ଯେଉଁ କ୍ଷମତା ପାଇଁ ଯେଉଁ ଗୋଷ୍ଠି କନ୍ଦଳ ଚାଲିଥିଲା ସେଥିପାଇଁ ରାୟଗଡା ଜ଼ିଲ୍ଲା ର ତିନିଗୋଟି ବିଧାୟକ ଓ କୋରାପୁଟ ଲୋକସଭା ସାଂସଦ ପ୍ରାର୍ଥୀ ବିଜେଡି ହରାଇଲା ଓଡ଼ିଆ ଟେ ପ୍ରବାଦ ଅଛି ଅଣ୍ଡିରା ମରୁ ପଛେ ସଉତୁଣୀ ରାଣ୍ଡ ହେଉ ନୀତି ରେ ରାୟଗଡା ବିଜେଡି ଚାଲିଛି ବୋଲି ସମଗ୍ର ଜ଼ିଲ୍ଲା ର ଚା ଦୋକାନ ବଜ଼ାର ଘାଟ ରାସ୍ତା କଡ଼ ରେ ଜନସାଧାରଣ ଆଲୋଚନା କରୁଥିବା ରେ ଦେଖିବାକୁ ମିଳୁଛି l ଆଗକୁ ବିଜେପି ଦଳ ତାହାର ପ୍ରତ୍ୟକ ଜ଼ିଲ୍ଲା ରେ ସଭାପତି ପଦ ଘୋଷଣା କରିବାକୁ ଥିବା ବେଳେ ଏହି ପଦବୀ କୁ ଆଖି ଆଗରେ ରଖି ବିଜେଡି ରେ ଗୋଷ୍ଠୀ କନ୍ଦଳ ବାରିହେଥିବା ର ଆଭାସ ମିଳୁଛି ବୋଲି ରାଜନୈତିକ ବିଶେଷଜ୍ଞ ମନେ ମତ ରଖୁଛନ୍ତି l ଏହି ପ୍ରତିବାଦ ସଭା କଣ ପାଇଁ ଅଲଗା ଅଲଗା ପାଳନ କରାଗଲା ବୋଲି ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଙ୍କ ଫୋନ ନମ୍ବର 8249155886 ରେ ତାଙ୍କରି ପ୍ରତିକ୍ରିୟା ନେବାରୁ ସେ କହିଲେ ଯେ ଭିତରେ ସ୍ଥାନ ନଥିଲା ସେଥିପାଇଁ ରାସ୍ତା କଡ଼ରେ ପ୍ରତିବାଦ କରିଲୁ କିନ୍ତୁ ଆମେ ସମସ୍ତ ବିଜେଡି ପ୍ରେମୀ ବୋଲି କହିଥିଲେ ଠିକ ସେହିପରି ଲାଲ ବିହାରୀ ହିମରିକା ଙ୍କ ନେତୃତ୍ଵାଧୀନ ବରିଷ୍ଠ ବିଜେଡି ନେତା ତଥା କେ ସି ସି ବ୍ୟାଙ୍କ ନିର୍ଦେଶକ ତିରୁପତି ବାନାଗଡି ଙ୍କ ଫୋନ ନମ୍ବର 9437118808 ରେ ତାଙ୍କରି ପ୍ରତିକ୍ରିୟା ନେବାରୁ ସେ ନିଜ ପ୍ରତିକ୍ରିୟା ରେ କହିଲେ ଯେ ଗତ କାଲି ପଚରିଥିଲେ କହିଥାନ୍ତି କିଂତୁ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ନିକଟରେ ଜାଗା ନଥିବା ଓ ଭୀଷଣ ଗରମ ହେବା ରୁ ଆମର ବିଜେଡି ର କର୍ମୀ ନେତା ମାନେ 326 ନମ୍ବର ଜାତୀୟ ରାଜପଥ କଡ଼ରେ ପ୍ରତିବାଦ କରିଥିଲେ ଆମେ ସମସ୍ତେ ଏକ ବିଜୁ ପରିବାର ବୋଲି କହିଥିଲେ l ରାସ୍ତାରେ ଯିବା ଆସିବା କରିବା ର ଜନସାଧାରଣ ହଁଷି ହଁଷି ବିଜେଡି ର ରାୟଗଡା ଜ଼ିଲ୍ଲା ର ନେତା ପଦ ପଦବି ପାଇଁ କିଛି ଭି କରିପାରିବେ ବୋଲି ସମାଲୋଚନା କରିବର ଦେଖିବାକୁ ମିଳୁଥିଲା l ବିଜେଡି ର ଏହି ପ୍ରତିବାଦ ସଭା ନେଇ ବିଜେପି ର ନେତା କର୍ମୀ ମନେ ଆଲୋଚନା କରି କହୁଛନ୍ତି ଯେ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ବାବୁ ଙ୍କ ଫୋଟ ବିଜେଡି ବ୍ୟାନେର ରୁ ହଟାଇ ଦିଆଗଲା ସେତେବେଳେ ଏହି ବିଜେଡି ନେତା କଣ କରୁଥିଲେ ବୋଲି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ