ବିଜୁ ବାବୁଙ୍କ ୧୦୯ତମ ଜନ୍ମ ଦିବସ ପାଳନ କରିଲେ ବିଜୁ ଜନତା ଦଳ।ରାୟଗଡ଼ – ରାୟଗଡ଼ ନୁଆ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ଓଡ଼ିଶା ବାସୀଙ୍କ ପ୍ରତି ଥିବା ଅବଦାନର ସ୍ମୃତିଚାରଣ କରିଛନ୍ତି ରାୟଗଡ଼ ବିଜୁ ଜନତା ଦଳ। ଆଜି ସକାଳ ଠିକ୍ ୯ଘଣ୍ଟିକା ସମୟରେ ସ୍ଥାନୀୟ ନୁଆ ବସଷ୍ଟାଣ୍ଡସ୍ଥିତ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକାଠି ହେଇଥିଲେ ନେତା ଓ କର୍ମୀ ମାନେ। ଏହି ସମାବେଶରେ ଜିଲ୍ଲା ପାରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ପୌର ପରିଷଦ ଉପାଧ୍ୟକ୍ଷା ଶ୍ରିମତି ସୁଭ୍ରା ପଣ୍ଡା, ରାୟଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତି ଅନୁଷୟା ମାଝୀ, ୧୩ନମ୍ୱର୍ ୱାର୍ଡ କାଉନସିଲର ଶ୍ରୀମତି ପ୍ରତିମା ପାଣିଗ୍ରାହୀ, ପୌର ପରିଷଦର ଅଧ୍ୟକ୍ଷ ମହେଶ ପଟନାୟକ, ବରିଷ୍ଠ ଆଇନଜୀବି ବ୍ରଜ ସୁନ୍ଦର ନାୟକ, ବିନାୟକ କର, ସୁଜାତା ପାଳ, ଅଶୋକ ପଣ୍ଡା, ବୁଲା ପାଢ଼ୀ, ଟିଟୁ ରଥ, ପାପୁନି ନନ୍ଦ, ସୁଜାତା ସାହୁକାର ସୁନିତା ରାଓ, କୁମାରି ମେଲେକା, ଇନ୍ଦୁ ଦାସ, ସନ୍ତସ ପାତ୍ର, କାଉନସିଲର ସରୋଜିନୀ ଓ ମମତା, ପି ଗୌରୀ ଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଭଦ୍ର ମଣ୍ଡଳୀ ବିଜୁ ବାବୁଙ୍କ ଜନ୍ମ ଦିନ କୁ ସରକାର ଅଣଦେଖା କରିବା ସହ ବିଜୁ ବାବୁଙ୍କ କୃତିକୁ ବର୍ତ୍ତମାନ୍ ଶାସକ ଦଳ ମଳିନ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କଢ଼ା ନିନ୍ଦା କରିଛନ୍ତି ବିଜେଡ଼ି ନେତା। କେନ୍ଦ୍ର ସରକାର ଏପ୍ରିଲ ୨୪ତାରିଖରେ ପଞ୍ଚାୟତି ରାଜ ଦିବସ ପାଳିବାର ଯଥେଷ୍ଟ ପୂର୍ବରୁ ଓଡ଼ିଶା ମାର୍ଚ୍ଚ ୫ତାରିଖରେ ପଞ୍ଚାୟତି ରାଜ ଦିବସ ପାଳି ଆସୁଛି। ବର୍ତ୍ତମାନ୍ ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡିଶାର ଗୌରବ କ୍ଷୁର୍ଣ୍ଣ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ଅଟେ। ବିଜେପି ରାଜ୍ୟରେ ସରକାର ଗଠନ କରିବା ପର ଠାରୁ କ୍ଷମତା ବଳରେ ବିଜୁ ପଟ୍ଟନାୟକଙ୍କ କୃତିକୁ ସୁଚିନ୍ତିତ ଉପାୟରେ ମଳିନ କରିବା ପାଇଁ ଅପେଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ ନିର୍ବାଚନ ମଇଦାନରେ ଓଡ଼ିଶା ର ଜନ ସାଧାରଣ ଏହାର ଉଚିତ ଜବାବ୍ ଦେବ। ଏଥି ସହ ରାଜ୍ୟରେ ପୁଣିଥରେ ବିଜେଡ଼ି ସରକାର ଗଢ଼ିବ ଓ କ୍ଷମତାକୁ ଫେରିବ ବୋଲି ମତ ଦେଇଛନ୍ତି ଉପସ୍ଥିତ ବରିଷ୍ଠ ନେତା ଓ କର୍ମୀ ମାନେ।

