ବାସ୍ତବରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ପୁରୀ ଗଜପତି ଦିବ୍ୟସିଂହ ଦେବ ମତବ୍ୟକ୍ତ କରିଛନ୍ତି।
ସମ୍ମାନିତ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ରାଜ୍ୟ ତଥା ଜାତୀୟସ୍ତରୀୟ ଶିକ୍ଷା ପଦ୍ଧତିରେ ମୌଳିକତାର ଅଭିବୃଦ୍ଧି ଓ ଦେଶାତ୍ମବୋଧକତାର ପରିସ୍ଫୁଟନ ତଥା ଆଧ୍ୟାତ୍ମିକ ବିଦ୍ୟାର ପ୍ରସାରଣ ନିମନ୍ତେ ସଂକଳ୍ପବଦ୍ଧ ରହିଥିବା ଦର୍ଶାଇ ଏଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଚିନ୍ମୟ ମିସନ୍ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରୀୟ ମୁଖ୍ୟ ବିଶ୍ୱଶାନ୍ତି ପୁରସ୍କାର ବିଜେତା ପୂଜ୍ୟ ସ୍ବାମୀ ଅଭେଦାନନ୍ଦଜୀ ତୁଳସୀ ରାମାୟଣ ଉଦ୍ଧୃତ ଭକ୍ତିର ୯ଟି ଅଦ୍ଭୁତ ରହସ୍ୟ ଓ ଆଦିଶଙ୍କରକୃତ ଦଶ ଶ୍ଲୋକ ଉପରେ ପ୍ରକାଶ କରିଥିଲେ।
ଚିନ୍ମୟ ମିସନ୍ ପକ୍ଷରୁ ୬୧ଟି ଶିକ୍ଷାନୁଷ୍ଠାନର ୨୫, ୧୬୭ ଶିଶୁ ଏକସ୍ଥାନରେ ଭାଗବତ ଗୀତା ପାଠ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନ ପାଇଥିବାରୁ ସମସ୍ତ ବିଦ୍ୟାଳୟ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। .ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!