ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିମଳା ବାଳିକା ଉଚ୍ଚ ବିଦ୍ୟାଳୟ ରେ ଷ୍ଟାର ପ୍ରୋଜେକ୍ଟ ଆନୁକୂଲ୍ୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ପ୍ରଶିକ୍ଷଣ । ଆର,ଉଦୟଗିରି :6/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନାରେ ଥିବା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିମଳା ବାଳିକା ଉଚ୍ଚ ବିଦ୍ୟାଳୟରେ ୩ଦିନିଆ ପ୍ରଶିକ୍ଷଣ ଷ୍ଟାର ପ୍ରୋଜେକ୍ଟ ଆନୁକୂଲ୍ୟରେ ବିଭିନ୍ନ ବିଦ୍ୟାଳୟ ରୁ ୧୦୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା।ଏହି ପ୍ରଶିକ୍ଷଣ ରେ ୭ଜଣ ଆରପି ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ବିଷୟରେ ମୋହନା ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା ପ୍ରଶିକ୍ଷଣ ବିଷୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ବୁଝାଇ ଥିଲେ।ଏହି ପ୍ରଶିକ୍ଷଣ କୁ ଶିକ୍ଷା ଅଧିକାରୀ ଙ୍କ କାର୍ଯାଳୟର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ।ଶୈକ୍ଷିକ ନେତୃତ୍ୱ, ଶିକ୍ଷକ ମାନଙ୍କର ବିକାଶତ୍ମକ ମନବୃତି, ସାମାଜିକ ଆବେଗିକ ନୈତିକ ଶିକ୍ଷା, u dise plus, ବର୍ଣାଳୀ, ବସ୍ତାନି ବିହୀନ ପାଠପଢା ଦିବସ, ବିଦ୍ୟାଳୟ ନିରାପତ୍ତା. ଆନ୍ତରନିବେଶି ଶିକ୍ଷା ଉପରେ ତାଲିମ୍ ପ୍ରଦାନ କରାଯାଇଥିଲା।
ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିମଳା ବାଳିକା ଉଚ୍ଚ ବିଦ୍ୟାଳୟ ରେ ଷ୍ଟାର ପ୍ରୋଜେକ୍ଟ ଆନୁକୂଲ୍ୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ପ୍ରଶିକ୍ଷଣ ।
