ବାଲ୍ୟବିବାହ,ଶିଶୁସୁରକ୍ଷା, ଓ ଦାଦନ ସମ୍ଭନ୍ଧୀୟ ଜନ ସଚେତନତା ଲୋକନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲ୍ୟବିବାହ,ଶିଶୁସୁରକ୍ଷା, ଓ ଦାଦନ ସମ୍ଭନ୍ଧୀୟ ଜନ ସଚେତନତା ଲୋକନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ -( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ସଂକୃତି ଅଧିକାରୀ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ସେଠି ଓ ଉଜ୍ୱଳ କୁମାର ସାହୁଙ୍କ ତରଫରୁ ଚକାପାଦ ବ୍ଲକର ୧୦ ଗୋଟି ଗ୍ରାମ ପଂଚାୟତ ଅଞ୍ଚଳ ଯଥା ନାରୀଙ୍ଗୀଝୁଲା, ପସରା, ଚକାପାଦ, ନନ୍ଦିନୀ, ଶଙ୍କରାଖୋଲ, ଏଲ. ବପଲ ମେଣ୍ଡି, ଲୁଜରା ମୁଣ୍ଡା, ବସ୍ତିଙ୍ଗିଆ, ଗୁରୁସାହି, ଏହିପରି ଗ୍ରାମରେ ସ୍ୱମନିତ ଶିଶୁ ବିକାଶ ଅଧିକାରିଣୀ ଶ୍ରୀ ମତୀ ସୁଧାରାଣୀ ପ୍ରଧାନ ଙ୍କ ଆୟୋଜନ କ୍ରମେ ଏବଂ ସୁପର ଭାଇଜର ଶ୍ରୀ ମତୀ ଶ୍ରୀକାନ୍ତି ମଲିକ, ଲଳିତା ବେହେରା, କଳ୍ପନା ବେହେରା, କୁମୁଦିନୀ ଦେଈ ଙ୍କ ସହଯୋଗରେ ବନବାସି କଳା ସାଂସ୍କୃତିକ ବିକାଶ ପରିଷଦ, ର କଳାକାର ମୋହନ ମୁରଲୀ ଦଣ୍ଡିଆ, କ୍ରିଷ୍ଣା ଚନ୍ଦ୍ର ଦିଗାଳ, ସୁଜତା ମଲିକ, ମୋହନି ପ୍ରଧାନ, ଆକାଶ ଦିଗାଳ, ସମ୍ପଦ କୁମାର ଦିଗାଳ, ମିନାକ୍ଷୀ ମଲିକ, ପଦ୍ମିନୀ ପ୍ରଧାନ, ବୀରେନ୍ଦ୍ର କହଁର ପରି ପ୍ରମୁଖ କଳାକାର ଙ୍କ ଦ୍ୱରା ଅତି ସୁନ୍ଦର ଏବଂ ପ୍ରାଞ୍ଜଳ ଭାବରେ ଆଞ୍ଚଳିକଭାଷା ଓ ଢାଞ୍ଚା ରେ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ଓ ଦାଦନ ବିଷୟବସ୍ତୁ ଉପରେ ଲୋକନୃତ୍ୟ ଏବଂ ଅଭିନୟ ମାଧ୍ୟମରେ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି ଯାହାକି ମାନବ ଜାତି ପାଇଁ ଅତ୍ୟନ୍ତ ଉପଯୋଗୀ ଏବଂ ମଙ୍ଗଳମୟ ଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *