ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ।
ରାୟଗଡ଼ – ରାୟଗଡ଼ ସହର ବ୍ରାହ୍ମଣ ସାହି ସ୍ଥିତ ପି.ଏଚ.ଡି ନିକଟରେ ଥିବା, ବାଲୁଙ୍କେଶ୍ବର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଅଛି। ଦୀର୍ଘ ବର୍ଷର ଅପେକ୍ଷା ପରେ ଭକ୍ତ ମାନଙ୍କ ସହଯୋଗ ଏବଂ ରାୟଗଡ଼ ଜିଲ୍ଲା ବାସୀଙ୍କ ମିଳିତ ଉଦ୍ୟମରେ ନୂତନ ମନ୍ଦିରରେ ବିରାଜମାନ କରିବେ ସ୍ଵୟଂଭୂ ସଦାଶିବ ବାଲୁଙ୍କେଶ୍ବର ମହାଦେବ। ଏନେଇ ଚଳ ଚଞ୍ଚଳ ହୋଇ ଉଠିଛି ରାୟଗଡ଼ ସହର। ମନ୍ଦିର ପ୍ରତିଷ୍ଠା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜଧିରାଜ ଅମଳରୁ ଏହି ମନ୍ଦିରଟି ଜଙ୍ଗଲ ଭରା ପରିବେଶରେ ପୂଜା ପାଇ ଆସୁଥିଲେ। ଆଗାମୀ ୨୪-୨-୨୦୨୪ତାରିଖ ଠାରୁ ୦୨-୦୩-୨୦୨୪ ପର୍ୟ୍ୟନ୍ତ ସପ୍ତ ଦିନାତ୍ମକ ମହାସମାରୋହ ରେ ପାଳିତ ହେବ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ। ଅଷ୍ଟପ୍ରହରୀ, ହୋମ, ଯଜ୍ଞ ସହିତ ବେଦର ପବିତ୍ର ଉଚ୍ଚାରଣ ସହିତ ପ୍ରକମ୍ପିତ ହୋଇ ଉଠିବ ସମସ୍ତ ଅଞ୍ଚଳ। ଆଜି ୧୭ତାରିଖ ସୋମବାର ଦିନ ସକାଳ ୯ଘଣ୍ଟିକାରେ ମନ୍ଦିର ପରିସର ମଧ୍ୟରେ ରିତିନିତି ଅନୁଯାୟୀ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି। ପବିତ୍ର ଶୁଭ ଖୁଣ୍ଟି ସ୍ଥାପନ ଅବସରରେ ତହସିଲଦାର ଶ୍ରୀମତି ପ୍ରିୟଦର୍ଶିନୀ ସ୍ୱାଇଁ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାର ପଣ୍ଡିତ ନୀଳ ମାଧବ ତ୍ରିପାଠୀଙ୍କ ସହିତ ରାୟଗଡ଼ ସହର ରାଜ ପୁରୋହିତ ଶ୍ରୀ ବିରଞ୍ଚି ନାରାୟଣ ଦାସ, ମନ୍ଦିର ମୁଖ୍ୟ ପୂଜକ ପ୍ରଦୀପ ରଣା,ମନୋଜ ମିଶ୍ର ଏବଂ ବିଭିନ୍ନ ପଣ୍ଡିତ ବ୍ରାହ୍ମଣ ମାନଙ୍କ ଦ୍ଵାରା କାର୍ଯ୍ୟକ୍ରମଟି ଅନୁଷ୍ଟିତ ହୋଇଥିଲା। ଏହି ସପ୍ତଦିନାତ୍ମକ ଯଜ୍ଞରେ କର୍ତ୍ତା ଭାବେ ଲୁଲୁ ବକ୍ସିପାତ୍ର, ହରିଶ୍ଚନ୍ଦ୍ର ଦାସ, ବାଳକୃଷ୍ଣ ପାଣିଗ୍ରାହି, ନରିନ କୁମୁନ୍ଦାନ ଓ ସୁଶାନ୍ତ ସାହୂ ପ୍ରମୁଖ ଯୋଗ ଦେବେ। ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଓ ପବିତ୍ର ତ୍ରୟମ୍ବକ ମହାଯଜ୍ଞରେ ଭକ୍ତ ବୃନ୍ଦ ସପରିବାର ଯୋଗଦାନ କରି ମହାଦେବଙ୍କ ଆଶୀର୍ବାଦ ଲାଭ କରିବା ହେବେ। ଏବଂ ଆର୍ଥିକ ସହଯୋଗ କରିବା ସହିତ ସେବା କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ମନ୍ଦିର ପରିଚାଳନା ସଭାପତି ଶ୍ରୀଯୁକ୍ତ ଝୁନା ପଣ୍ଡା। ଏହି କାର୍ଯ୍ୟକ୍ରମରେ କମିଟି ସଦସ୍ୟ ଅଜୟ ରଥ, ରଞ୍ଜନ ରଥ, ଗୋପ ରଞ୍ଜନ ବକ୍ସିପାତ୍ର, ବାପି ତ୍ରିପାଠିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ