ବାଲି ବୋଝେଇ ଟ୍ରାକ୍ଟର ଜବତ
ଆର, ଉଦୟଗିରି(ମନୋଜ କୁମାର ପାଢୀ);- ପାରଳାଖେମୁଣ୍ଡି ଖଣି ଅଧିକାରୀଙ୍କ ଦ୍ବାରା ଚାରୋଟି ବାଲି ବୋଝେଇ ଟ୍ରାକ୍ଟର ଅଟକ । ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଆଡୁ ପାରଳାଖେମୁଣ୍ଡି କୁ ଆସୁଥିବା ବେଳେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ବାଲି ଚାଲାଣ ଅଭିଯୋଗରେ ୪ଟି ଟ୍ରାକ୍ଟର ଅଟକ ରଖିଛି ବିଭାଗ । ଟ୍ରାକ୍ଟରକୁ ଅଟକାଇ ପଚରାଉଚରା କରିବା ବେଳେ ବାଲି ଟ୍ରାକ୍ଟର ଡ୍ରାଇଭର ଆବଶ୍ୟକୀୟ କାଗଜପତ୍ର ଦେଇପାରିନଥିଲେ । ଏହାପରେ ଖଣି ବିଭାଗ ଟ୍ରାକ୍ଟର ଗୁଡିକୁ ଜବତ କରି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ହସ୍ତାନ୍ତର କରିବା ସହ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗରେ ୩ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିବା ସୁଚନା ଦେଇଛନ୍ତି ଜିଲ୍ଲା ଖଣି ଅଧିକାରୀ ଦ୍ବୀପେନ୍ ପରିଡ଼ା । ତେବେ ଗତକାଲି ଠାରୁ ୪ଟି ଟ୍ରାକ୍ଟର ବାଲି ବୋଝେଇ ହୋଇ ପାରଳାଖେମୁଣ୍ଡି ପୋଲିସ ଥାନାରେ ପଡିରହିଛି । ବର୍ତ୍ତମାନ ଯାଏ କୌଣସି ଟ୍ରାକ୍ଟରକୁ ମୁକୁଳା ଯାଇନାହିଁ । ସୁଚନା ଥାଉକି ଜିଲ୍ଲାରେ ବାଲି ଉତ୍ତୋଳନ ବନ୍ଦ ରହିଥିବା ବେଳେ ପ୍ରତିଦିନ ରାତିରେ କେଉଁଠୁ ଆସୁଛି ଶହ ଶହ ବାଲି ବୋଝେଇ ଟ୍ରାକ୍ଟର । ଗତ ମଙ୍ଗଳବାର ରାତିରେ ଖଣି ବିଭାଗ ଧରିଛି ୪ଟି ଟ୍ରାକ୍ଟର । ହେଲେ ପ୍ରତିଦିନ ଏଭଳି ଶହ ଶହ ଟ୍ରାକ୍ଟରରେ ବାଲି ବୁହା ହେଉଛି ତାହାର କୌଣସି ହିସାବ ନାହିଁ । ଜିଲ୍ଲାରେ ବାଲି ମାଫିଆ କିଭଳି ସକ୍ରିୟ ହୋଇ ନିଜ କଳା ସାମ୍ରାଜ୍ୟ ବିସ୍ତାର କରିଛନ୍ତି ତାହା ଏହି ଘଟଣା ରୁ ସ୍ବଷ୍ଟ ଅନୁମେୟ । କାରଣ ଜିଲ୍ଲାରେ କୌଣଶି ବାଲି ଘାଟରୁ ବାଲି ଉଠାଣ ପାଇଁ ଅନୁମତି ନାହିଁ , ତେଣୁ ବାଲି ଉତ୍ତୋଳନ ସମ୍ପୁର୍ଣ୍ଣ ରୂପେ ବନ୍ଦ ରହିଛି , କିନ୍ତୁ ରାତି ଅଧିଆ କେଉଁ ଠାରୁ ବାଲି ଆସୁଛି କେମିତି ଆସୁଛି ତାହା ଏବ ପ୍ରଶାସନର କାଢୁଆ ପଣକୁ ପଦାରେ ପକାଇଛି । ତେବେ ଏଭଳି କଳାକାରବାର କୁ ରୋକିବା ପାଇଁ କେବଳ ନାମକୁ ମାତ୍ର କିଛି ଟଙ୍କା ଜରିମାନା ଆଦାୟ କରି ଛାଡି ଦେଉଥିବା ଚୋରା ଚାଲାଣକୁ ପ୍ରଶୟ ଦେଲାଭଳି ମନେ ହେଉଛି । ଏହାର ମୂଳ ଉତ୍ତପାଟନ ଦିଗରେ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନିଆଯିବା ଆଵଶ୍ୟକତ l