ବାଲିଗୁଡା ବିଧାୟକ ଙ୍କୁ ଜବର ଦଖଲ ଉଛେଦ ବିରୋଧ ରେ ସ୍ମାରକ ପତ୍ର…କନ୍ଧମାଳ -17/07(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ର ଜବରଦଖଲ ଉପରେ ସମସ୍ୟା ର ସମାଧାନ ପାଇଁ ସଂଘତରଫରୁ ବିଧାୟକ ଙ୍କୁ ଲିଖିତ ଅଭିଯୋଗ l ରାଜ୍ୟ ସରକାରଙ୍କ ଅତରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗତ ୬ ତାରିଖ ଦିନ ଜବରଦଖଲ ଉଛେଦନେଇ ଜିଲ୍ଲାପାଳ ଙ୍କୁ ଦେଇଥି ବା ପତ୍ର କୁ ନେଇ ସମସ୍ତ ଜନସାଧାରଣ ଓ ବିଭିନ୍ନ ସଂଗଠନପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି lରାଜ୍ୟ ସରକାରଙ୍କଜନ ବିରୋଧୀ ନିଷ୍ପତି ବିରୋଧ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସିଟିଜେନ ଫୋରମପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ସାଧାରଣ ସମ୍ପାଦକ ସୁନୀଲ ପଟନାୟକ,କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ଅଧ୍ୟକ୍ଷ ରାଧା ମୋହନ ମହାପାତ୍ର, ବାଲିଗୁଡା ବିଜେଡି ବିଧାୟକ ଚକ୍ରମଣୀ କଂହର ଙ୍କ ସହ ଆଲୋଚନା କରିବା ସହ ଜିଲ୍ଲା ସିଟିଜେନ ଫୋରମ ଓ ପିପୁଲସ ଫୋରମ ପକ୍ଷରୁ ବିଧାୟକ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା lବିଧାୟକ କଂହର ନବୀନ ସରକାରଙ୍କ ସମୟରେ ଲୋକଙ୍କୁ ଜାଗା ମିଶନ ଜରିଆରେ ଜମି ପଟା ପ୍ରଦାନ କରାଯାଉଥିବା ବେଳେ ମୋହନ ସରକାର ଆସୁ ଆସୁ ଜବର ଦଖଲ ଉଛେଦ କରିବାଲାଗି ନେଇଥିବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନ କ ବୋଲି କହିବା ସହ ଗରିବ ଗୁରୁବା ଓ ଭୂମିହୀନ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ଜାଗା ରେ ଘର କରି ଦୀର୍ଘ ବର୍ଷ ହେଲା ରହିଛନ୍ତି ଆଉ ସେମାନଂକୁ ମୋହନ ସରକାର ପଟା ଦେବା ପରିବର୍ତ୍ତେ ଘରଭାଙ୍ଗିବା ଲାଗି ପ୍ରଶାସନ କୁ ଚିଠି ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି କହିଥିଲେ l କୌଣସି ପରିସ୍ଥିତି ରେ ଘର ଭାଙ୍ଗିବାକୁ ଦିଆଯି ବ ନାହିଁ ବୋଲି କହିବାସହ ଏ ନେଇ ବିଧାନସଭା ଅଧିବେଶନ ବେଳେ ପ୍ରଶ୍ନ ଉଠାଇବା ସହ ଏହାର ବିରୋଧ କରିବେ ବୋଲି ବାଲିଗୁଡା ବିଧାୟକ କଂହର କହିଥିଲେ l ଆବଶ୍ୟକ ସ୍ଥଳେ ଜିଲ୍ଲା ବ୍ୟାପି ରାଲ୍ଲୀ, ବିକ୍ଷୋଭ ଗଣ ଧାରଣା ଦିଆଯିବ ବୋଲି କହିଥିଲେ lଆଲୋଚନା ବେଳେ ଜିଲାପରିଷଦ ଅଧ୍ୟକ୍ଷl ସୁଶ୍ରୀ ନନ୍ଦିନୀ ମଲିକ ମଧ୍ୟ ଉପସ୍ଥିତ ଥିଲେ l[18/07, 10:38 am] 𝙹𝚘𝚞𝚛𝚗𝚊𝚕𝚒𝚜𝚝.. ✍️kuna: ମିଡ଼ିଆ ଫୋରମ ଓ ପିପୁଲସ ଫୋରମ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା…କନ୍ଧମାଳ -17/07(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ମିଡ଼ିଆ ଫୋରମ ଓ କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ନବ ନିର୍ବାଚିତ ଫୁଲବାଣୀ ବିଧାୟକ ଉମା ଚରଣ ମଲି କ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା lଏଥିସହ ଫୁଲବାଣୀ ସହର ସମେତ ଜିଲ୍ଲାର ଥିବା ଜବରଦଖଲ ମାମଲା ର ସ୍ଥାୟୀ ସମାଧାନ ଓ ରାଜ୍ୟ ସରକାରଙ୍କ ଅତରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗତ ୬ ତାରିଖ ଦିନ ଜବରଦଖଲ ଉଛେଦନେଇ ଜିଲ୍ଲାପାଳ ଙ୍କୁ ଦେଇଥି ବା କାର୍ଯ୍ୟ ସ୍ଥଗିତ ରଖିବା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସଙ୍ଘ ର ସଦସ୍ୟ ମାନେ ଆଲୋଚନା କରିବା ସହ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା lବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ,କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ଅଧ୍ୟକ୍ଷ ତଥା ସାମ୍ବାଦିକ ରାଧା ମୋହନ ମହାପାତ୍ର, ମିଡ଼ିଆ ଫୋରମ ସଭାପତି ତଥା ସମାଜସେବୀ ସନ୍ତୋଷ ଡିଗାଲ, ସାମ୍ବାଦିକ ବଦ୍ୟନାଥ ବେହେରା, ରଂଜିତ ବେହେରା, ସଞ୍ଜୟ ପାତ୍ର, ସୁଧୀର ମହାରଣା, ଲଳିତ ନାୟକ, ଅଚ୍ୟୁତ ମଳିକ, ଶିବ ନାୟକ ଅବସରପ୍ରାପ୍ତ ରେଳ ବିଭାଗ ଅଧିକ୍ଷକ ଦିଲୀପ ନାୟକ ପ୍ରମୁଖ ଆଲୋଚନା ଙ୍କ ସହ ଆଲୋଚନା କରିବା ସହ ଘରଭଙ୍ଗା କାର୍ଯ୍ୟ କୁ ସ୍ଥଗିତ ରଖିବାଲାଗି ଦାବୀ କରିଥିଲେ llବିଧାୟକ ମଲିକ ଆମ ସରକାର ଲୋକଙ୍କ ସରକାର ଆଉ ଲୋକଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟ କରିବ ବୋଲି କହିବା ସହ ଏ ନେଇ ସେ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ lଆଲୋଚନା ବେଳେବିଜେପି ର ବରିଷ୍ଠ ନେତା ସଂଜିତ ମଣ୍ଡଳ, ରମେଶ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ l
Related Posts
କୃଷି ଭବନରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ଉଦ୍ଘାଟିତ
କୃଷି ଭବନରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ଉଦ୍ଘାଟିତ ଭୁବନେଶ୍ୱର : ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଳବାୟୁ ଅନୁକୁଳ ଅନୁଶୀଳନ କକ୍ଷ (CRC)ର…
ଟିକାବାଲି ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରେ ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ…..
ଟିକାବାଲି ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରେ ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ…..କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.…
ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ
ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ* ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ* ମୁଖାଗ୍ନି ଦେଲେ ସାନ ପୁଅ ଟଙ୍କଧର ପୂଜାରୀ* ଜିଲ୍ଲାପାଳ,…