ବାର୍ଷିକୀ ଆଦିବାସୀ ଏକାଡେମୀ ମହୋତ୍ସବ ପାଳନ ————————–ଗଜପତି(ମନୋଜ ପାଢୀ) ତା.୨୯.୧୦.୦୨୪ରିଖ ଦିନ ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତର ଗୁଡ଼ାଙ୍ଗ ଗର୍ଜାଙ୍ଗ ଗ୍ରାମରେ ପ୍ରେମ୍ ଓ ୟୁଏନ ଏଫ୍ ପିଏ ର ସହାୟତାରେ ଆଦିବାସୀ ଏକାଡେମୀ ର ବାର୍ଷିକୀ ମହୋତ୍ସବ ପାଳନ କରାଯାଇ ଥିଲା ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ପ୍ରେମ୍ ସଭାପତି ଶ୍ରୀ ଡ଼. ଯାକୋବ ଥୁଣ୍ଡିଲ ପୌରହିତ୍ୟ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ କୁମାର ପଣ୍ଡା ଓ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ସୁନେମି ମଣ୍ଡଳ ଯୋଗଦେଇ ଥିବା ବେଳେ ରାୟଗଡ଼ା ଜିଲ୍ଲାରୁ ଆଦିବାସୀ ନେତା ଶ୍ରୀ କୃଷ୍ଣ ଚନ୍ଦ୍ର ଶବର ଙ୍କ ସହ ପ୍ରେମ୍ ର ବରିଷ୍ଠ କର୍ମୀ ଗଣ ଵlଲେରିଆ ଲିମା,ନରେନ୍ଦ୍ର ପଟ୍ଟନାୟକ , ଲାଜାର ଲିମା, ସାହେବ୍ ବିଶୋଇ ଉପସ୍ଥିତ ଥିଲେ l ଏହି ଉତ୍ସବରେ ଗୁମ୍ମା ଅଞ୍ଚଳର ଲାଞ୍ଜିଆ ସଉରା ଜନଜାତିର ଆଦିବାସୀ ମାନଙ୍କର ପୂର୍ବ କଳା ସଂସ୍କୃତି ପରମ୍ପରା ଓ ଐତିହ କୁ ମନେପକାଇ ଆସ୍ତେ ଲୋପ ପାଇ ଯାଉଥିବା ସେ ସମସ୍ତ କଳା ସଂସ୍କୃତି ଓ ପରମ୍ପରାକୁ ଏକାଠି ସାଉଁଟି ଆଜିକାର ଯୁବପିଢୀ ଙ୍କ ମଧ୍ୟରେ ଉତ୍ସାହ ସୃଷ୍ଠି କରିବା ଲୋପ ପାଇ ଯାଉଥିବା କଳାସଂସ୍କୃତିକୁ ସଂଜୀବନୀ ଦେଇ ପୁନରୁଦ୍ଧାର କରିବା, ଗ୍ରାମ୍ୟ ଚେରମୂଳି ବୈଦ୍ୟ ମାନଙ୍କୁ ଉତ୍ସାହିତ କରି ଛେରମୁଲି ଔଷଧର ଗୁଣବତ୍ତା ଉପରେ ପ୍ରଚାର ପ୍ରସାର ଓ ପୁନରୁଦ୍ଧାର କରିବା , ଆଦିବାସୀ ମାତୃଭାଷାକୁ ସମ୍ମାନ ଦେଇ ଆଦିବାସୀ କଣ୍ଠ ଶିଳ୍ପୀ ଓ ପାରମ୍ପରିକ ନୃତ୍ୟ କlର ମାନଙ୍କୁ ଉତ୍ସାହିତ କରିବା ଓ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକକୁ ଏକ ଲାଞ୍ଜିଆ ସଉରା ଜନଜାତିର ଏକ ଆଦର୍ଶ ବ୍ଲକ୍ ଭାବେ ପରିଗଣିତ କରିବା ଆଜିର ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହି ଉତ୍ସବରେ ରାୟଗଡ଼ା ଓ ଗଜପତି ଜିଲ୍ଲାରୁ ଶତାଧିକ ଆଦିବlସୀ ମହିଳା ଓ ପୁରଷ ଯୋଗଦେଇ ଥିଲେ l ଏହି ଉତ୍ସବ ରେ ଆଦିବାସୀ କଳାକାର, ପାରମ୍ପରିକ ଚେରମୂଳି ବୈଦ୍ୟ, ଆଦିବାସୀ କଣ୍ଠ ଶିଳ୍ପୀ, ଆଦିବାସୀ ବରିଷ୍ଠ କର୍ମୀ,ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା lଏହି କାର୍ଯ୍ୟକ୍ରମ ଟିକୁ ଏକାଡେମି ର ସାଧାରଣ ସମ୍ପାଦକ ଶ୍ରୀ ଏବିଜନ ବାବୁ ପରିଚାଳନା କରିଥିଲେ l
Related Posts

ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ.. ଗଜପତି(ମନୋଜ ପାଢୁ/୧୮/୧୧/୨୪ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସନତୁଣ୍ଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ…

ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଯନ୍ତ୍ରୀଙ୍କ ମରୁଡି, ଉନ୍ନୟନ କାର୍ଯ୍ୟ ପ୍ରଭାବିତ
ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଯନ୍ତ୍ରୀଙ୍କ ମରୁଡି, ଉନ୍ନୟନ କାର୍ଯ୍ୟ ପ୍ରଭାବିତ ଆର,ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନରେ ବହୁଦିନ…