ବାରବାଟୀ ଦିନିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ଆଜିଠୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି
କଟକ: କଟକ ବାରବାଟୀ ଦିନିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ଆଜିଠୁ ଆରମ୍ଭ ହେଉଛି ଅନଲାଇନ୍ ଟିକେଟ୍ ବିକ୍ରି। ଅପରାହ୍ନ ୪ଟା ରୁ ଅନଲାଇନ୍ ରେ ଉପଲବ୍ଧ ହେବ ଟିକେଟ୍।ଅନଲାଇନ୍ ମୋଡ୍ ରେ ବିକ୍ରି ହେବ ୪,୦୦୦ ଟିକେଟ୍।ଅନଲାଇନ୍ ବୁକିଙ୍ଗ କରିଥିବା ବ୍ୟକ୍ତି ଫେବ୍ରୁଆରୀ ୭, ୮ ଓ ୯ ତାରିଖରେ କରିପାରିବେ ଟିକେଟ୍ ସଂଗ୍ରହ।ଫେବୃଆରୀ ୭ ରୁ ୮ ତାରିଖ ଦୁଇ ଦିନ ୧୦ଟା ରୁ ୪ଟା ପର୍ୟ୍ୟନ୍ତ ଖୋଲା ରହିବ କାଉଣ୍ଟର।ଫେବୃଆରୀ ୯ ତାରିଖ ଦିନ ସକାଳ ୭ଟା ରୁ ୧୨ଟା ପର୍ୟ୍ୟନ୍ତ ଖୋଲା ରହିବ କାଉଣ୍ଟର।ଫେବୃଆରୀ ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଗୁଡ଼ିକୁ କରାଯିବ ଟିକେଟ୍ ବିକ୍ରି।