ବାବା ଅମୃତାନନ୍ଦ ଦାସ ମହାରାଜଙ୍କ ଶ୍ରୀମଦ୍ ଭାଗବତ କଥା ମହୋତ୍ସବ ଉଦଘାଟିତ
ଭୁବନେଶ୍ୱର : ଚଳିତ ବର୍ଷ ଶ୍ରୀମଦ ଭାଗବତ ଦିବ୍ୟ ଚେତନା ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ୱାର୍ଡ଼ ନଂ – ୩୭ ମା ବରଦେଇ ମନ୍ଦିର ପ୍ରାଙ୍ଗଣ ନୂଆପଲ୍ଲୀ ଭୁବନେଶ୍ୱର ଠାରେ ବାବା ଅମୃତାନନ୍ଦ ଦାସ ମହାରାଜଙ୍କ ଶ୍ରୀମଦ ଭାଗବତ କଥା ମହୋତ୍ସବ ଆଜି ଶୁଭ ଆରମ୍ଭ ହୋଇଅଛି ।ଏହା ଜାନୁଆରୀ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ପ୍ରଥମେ କଳସରେ ପାଣି ଅଣାଯାଇ ବିଧି ମୁତାବକ ପୂଜା ଅର୍ଚ୍ଚନା କରାଯାଇ ଶ୍ରୀ ମୁରଲୀ ଧର ପଲେଇ ସାଥି ମାନେ ମିଳିତ ଶ୍ରୀଜଗନ୍ନାଥ ସହସ୍ର ନାମ ପଠନ କରିଥିଲେ ପରେ ପରେ ପୁରୀ ଶ୍ରମନ୍ଦିରରୁ ଅଣା ଯାଇ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ମଞ୍ଚରେ ସ୍ଥାପନା କରାଯାଇଥିଲା ।ସଭାପତି ଦୁର୍ୟୋଧନ ସାହୁ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ରାଉତ ରାୟ,ପବିତ୍ର ବାବୁ ସରୋଜ ବାବୁ ଅକ୍ଷୟ ସାହୁ ବାବାଜୀ ବିଶ୍ୱାଳ ମଧୁସ୍ମିତା ଦାସ ଅନ୍ୟ ପ୍ରମୁଖ ସଦସ୍ୟ ସଦସ୍ୟା ଓ ସର୍ବୋପରି ସ୍ଥାନୀୟ ବାସିନ୍ଦା ମାନଙ୍କ ମିଳିତ ଶୋଭା ଯାତ୍ରାରେ ବାବା ଅମୃତାନନ୍ଦ ଦାସ ମହାରାଜଙ୍କୁ ସ୍ୱାଗତ କରାଯାଇ ମା ଙ୍କ ମନ୍ଦିର ପ୍ରାଙ୍ଗଣକୁ ଅଣା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଭଜନ ପରେ ପରେ ଭାଗବତ କଥା ମହୋତ୍ସବର ପ୍ରଥମ ଦିନର ତାଙ୍କ ଆଶ୍ରିବଚନ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ବାସିନ୍ଦା ମାନେ ବହୁତ ସଂଖ୍ୟାରେ ଯୋଗ ଦେଇଥିଲେ । ଆସନ୍ତା ୨୦ ତାରିଖ ସନ୍ଧ୍ୟାରେ ମା ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର, ବଡୁ ନିଯୋଗର ସଭାପତି ବିଶ୍ୱନାଥ ସାମନ୍ତରାୟ ଏହି ଭାଗବତ ମହୋତ୍ସବରେ ଅତିଥି ଭାବେ ଯୋଗ ଦେବେ ।