ବାତ୍ୟା ଦାନା ଯୋଗୁଁ ଓଡ଼ିଶାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ଭୁବନେଶ୍ୱର: ବାତ୍ୟା ଦାନା ଯୋଗୁଁ ଓଡ଼ିଶାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରିଛନ୍ତି ଓଡ଼ିଶା ସରକାର।ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ ୧୪ଟି ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ ପହଞ୍ଚିଛି, ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି।ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଶକ୍ତି ବିଭାଗରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା କହିଲେ ମନ୍ତ୍ରୀ।
