ବାତେରୀ ଗାଁରେ ଜଳ ସଙ୍କଟ,ଛୁଆଁ ପାଣି ରେ ବିତୁଛି ଜୀବନ , ଗାଁ କୁ ନାହିଁ ପକ୍କା ରାସ୍ତା,ମୌଳିକ ସୁବିଧା ପାଇବେ କେବେ…?
କନ୍ଧମାଳ : -( କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲଙ୍କ ରିପୋର୍ଟ )କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳର ସମସ୍ୟା ଦିନ ଦିନ ବଡ଼ିବାରେ ଲାଗିଛି l ସରକାର ଯୋଜନା ପରେ ଯୋଜନା ଜନସାଧାରଣ ଙ୍କ ପାଇଁ କରୁଛନ୍ତି ହେଲେ କେଉଁଠି ଲୋକେ ପାଣି ପାଇଁ ଡହଳ ବିକଳ କେଉଁଠି ପକ୍କା ରାସ୍ତା ଟିଏ ପାଇଁ ପ୍ରଶାସନ କୁ ଗୁହାରି କରି ବିଫଳ ହେଉଛନ୍ତି । ବିଶେଷ କରି ରାସ୍ତା ସମସ୍ୟା ଜିଲ୍ଲା ରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚକାପାଦ ବ୍ଲକର ଶଙ୍କରାଖୋଲ ପଞ୍ଚାୟତ ନିକଟସ୍ଥ ବାତେରୀଗାଁ ୬ ନମ୍ବର ୱାର୍ଡ଼ରେ l ଏହି ଗାଁ ରେ ୧୫ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ଏହା ମୁଖ୍ୟ ସମସ୍ୟା ପାନୀୟ ଜଳ ଅଭାବରୁ ଏଠାକାର ଜନସାଧାରଣ ଙ୍କ ପାଇଁ ଚୁଆ ପାଣି ଏକ ମାତ୍ର ସାହା ଭରଷା ରହିଥିବା ବେଳେ ଗାଁ କୁ ଯିବାକୁ ହେଲେ ଖାଲଖମା ରାସ୍ତା ହିଁ ଏକମାତ୍ର ଭରଷା । ଏଠାକାର ଲୋକେ ଖରା ବର୍ଷା ଗୋଟିଏ ଚୁଆ ଉପରେ ସମସ୍ତ ଙ୍କ ର ଆଶା ଭରଷା । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ଦୁଇ କିଲୋମିଟର ରେ ଅବସ୍ଥିତ ଏହି ବାତେରୀ ଗାଁ କିନ୍ତୁ ଦୁଃଖ ର ବିଷୟ ଏହି ଗାଁର ଲୋକେ ଅଭିଶପ୍ତ ଜୀବନ ଭଳି ଜୀବନ ଜୀବିକା ନିର୍ବାହ କରୁଛନ୍ତି । ଗାଁ ରେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ପାଣି ଟୋପାଏ ପାଇଁ ମଧ୍ୟ ସଂଘର୍ଷ କରି ବିଫଳ ହେଇଛନ୍ତି ଗ୍ରାମବାସୀ l ବର୍ଷା ଦିନେ ପୁଅ କିମ୍ବା ଝିଅ ମଧ୍ୟ ପାଠ ପଢା ରେ ମଧ୍ୟ ଡୋରି ବାନ୍ଧିବା ଭଳି ଅଭିଷିକ୍ତ ଜୀବନ କାଟୁଛନ୍ତି ଆଗାମୀ ଦିନର ଭବିଷ୍ୟତ ଛାତ୍ର ଛାତ୍ରୀ । ସରକାର ଯୋଜନା ପରେ ପ୍ରଣୟନ କରି ଅଞ୍ଚଳ ବିକାଶ ପାଇଁ ନଳକୂପ ଠାରୁ ଆରମ୍ଭ କରି ସୋଲାର ପ୍ରକଳ୍ପ,ବସୁଧା ଯୋଜନା ମାଧ୍ୟମରେ ଗାଁ କୁ ଗାଁ ଯୋଗାଇ ଦେଉଥିବା ବେଳେ ବାତେରୀ ଗାଁ ରେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ ସରକାର ଯୋଜନା ଯାହା ଫଳରେ ଏଠାକାର ଜନସାଧାରଣ ଚୁଆ ପାଣି ଏକ ମାତ୍ର ଆଶା ଭରଷା । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ବାତେରୀ ଗାଁ ରେ ନଳକୂପ କିମ୍ଵା କୂପ ନିର୍ମାଣ ପାଇଁ ଅର୍ଜୁନ କହଁର, ସୁଶାନ୍ତ କହଁର,ବତେରି କହଁର,ସୋନାଲି କହଁର, ସେବତୀ କହଁର, ରଞ୍ଜିତା କହଁର, ସ୍ୱାଗତିକା କହଁର, ଅନ୍ନପୂର୍ଣ୍ଣା କହଁର ସମେତ ଗ୍ରାମବାସୀ ଦାବି କରିବା ସହିତ ଆଗାମୀ ଦିନରେ ଯଦି ପ୍ରଶାସନ ଆମ ଜଳ ସଙ୍କଟ, ରାସ୍ତା ସମସ୍ୟାକୁ ଦୃଷ୍ଟି ନ ଦିଅନ୍ତି ଆମ୍ଭେ ଗ୍ରାମବାସୀ ରାଜରାସ୍ତାରେ ପ୍ରତିବାଦ କରିବୁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ।