ବାଇକ ଏବଂ ଟାଟା ମ୍ୟାଜିକ ଧକା ରେ ଜଣେ ମୃତ, ଜଣେ ଗୁରୁତର ।ଆର,ଉଦୟଗିରି (ମନୋଜ କୁମାର ପାଢୀ ) ତା,୧୪,୦୧,୨୦୨୫ଗଜପତି ଜିଲ୍ଲା ରାୟଗଡ ଥାନା ଅଧୀନରେ ଥିବା କୁରୁଗୁବା ଗ୍ରାମ ନିକଟସ୍ତ ମୁଖ୍ୟ ରାସ୍ତାରେ ବାଇକ ଏବଂ ଟାଟା ମ୍ୟ।ଜିକ ମଧ୍ୟରେ ଧକା ରେ ଜଣେ ମୃତ ଆଉ ଜଣେ ଗୁରୁତର। ସୂଚନା ମୁତାବକ ମୃତ ବ୍ୟକ୍ତି ହେଲେ ବୁରୁସିଂ ଗ୍ରାମର ଯୋଗେଶ ଶବର ବୟସ ୨୨,ଗୁରୁତର ବ୍ୟକ୍ତି ହେଲେ ସାନ ଲୋଵା ଗ୍ରାମର ଅଭିନାଶ ଶବର ବୟସ ୧୨.ଦୁର୍ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସଳୟ ନିଆ ଯାଇଥିଲା, ଡାକ୍ତର ମୃତ ଘୋଷଣା କରିଛନ୍ତି। ଉତ୍ତକ୍ତ ଲୋକେ ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି ପ୍ରାୟ ଅପରାହ୍ନ ୨ ଘଂଟିକା ଠାରୁ। ରାୟଗଡ ଥାନା ସୂଚନା ପାଇ ଥାନା ଅଧିକାରୀ ଶ୍ରୀମତୀ ରୀନା ରାଣୀ ସାହୁ ଙ୍କ ସହ ଜିରାଙ୍ଗ ପୋଲିସ ଫାଣ୍ଡି ର କର୍ମଚାରୀ ଙ୍କ ଉଦ୍ୟମରେ ଲୋକ ମାନଂକୁ ବୁଝା ସୁଝା କରା ଯାଉଅଛି। ଥାନା ଅଧିକାରୀ ଶ୍ରୀ ମତି ସାହୁ ଙ୍କ ସୂଚନା ଅନୁଯାଇ ଉକ୍ତ ଦୁର୍ଘଟଣା କରିଥିବା ଟାଟା ମାଜିକି ଡ୍ରାଇଭର ରାୟଗଡ ଥାନାରେ ଅଟକ ରଖା ହୋଇଅଛି।
Related Posts

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଲିପିକା ସେଠ୍ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି
ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଲିପିକା ସେଠ୍ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ
ଛତିଶଗଡ଼: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ!ବିଜାପୁର ଜିଲ୍ଲା ନାରାୟଣପୁର ସୀମାରେ ବଡ଼ ଏନକାଉଣ୍ଟର.ଅଧିକ ମୃତାହତ ଆଶଙ୍କା, ସର୍ଚ୍ଚ ଅପରେସନ ଜାରି

ଗାଈ କୁ ମାରିଖାଇଲା ମହାବଳ, ଆତଙ୍କରେ ପୁରା ଅଞ୍ଚଳ l
ଗାଈ କୁ ମାରିଖାଇଲା ମହାବଳ, ଆତଙ୍କରେ ପୁରା ଅଞ୍ଚଳ l ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତାରିଖ -12/11/2024ଆଙ୍କର – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି…