ବସୁଧା ଯୋଜନା ନାମରେ ଖାଇଗଲେ ଟଙ୍କା । ଟାଙ୍କିରେ ଅଧା ରଙ୍ଗ ବୋଳି ଠିକାଦାର ଛୁ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଦୁର୍ଗମ ଅଞ୍ଚଳରେ ବସୁଧା ଯୋଜନା ନାମରେ ଖାଇ ଗଲେ ଟଙ୍କା ।
ଲୋକଙ୍କ ବାଲି ପଥରରେ ନିର୍ମାଣ କଲେ ବସୁଧାକୁ ଟାଙ୍କି। 50 ପ୍ରତିଶତ ଟାଙ୍କିରେ ରଙ୍ଗ ବୋଳି ଛୁ ମାରିଲେ ଠିକାଦାର । କାମ ଆରମ୍ଭ ହୋଇ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସଂଯୋଗ ହୋଇପାରିଲାନି ପାଣି ମଟର । ନିରୀହ ଆଦିବାସୀଙ୍କ ଆଖିରେ ଧୂଳି ପକାଇ ଚଳୁ କରିଦେ ବସୁଧାକୁ ଟଙ୍କା ।ଦୁର୍ଗମ ଆଦିବାସୀ ଅଞ୍ଚଳରେ ପାଣି ସମସ୍ୟା ଦୂର କରିବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିଛି ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ଲାଗି ଏଠୀ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ ମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସମ୍ବଲପୁର ଗ୍ରାମ ପଞ୍ଚାୟତ ର ଗୋଠା ଗ୍ରାମରେ । ଗ୍ରାମରେ ବସବାସ କରନ୍ତି 50ରୁ ଉର୍ଦ୍ଧ ଆଦିବାସୀ ପରିବାର। ନିର୍ମାଣର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ମିଳି ପାରିନାହିଁ ବୁନ୍ଦାଏ ପାଣି । ପାହାଡ ଝରଣା ରୁ ଏକ ପାଇପ ସଂଯୋଗ କରି ନିଜ ଉଦ୍ୟମ ରେ ଶୋଷ ମେଣ୍ଟାଉଛନ୍ତି ଗ୍ରାମ ବାସୀ ।ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ କଳାପ କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମ ବାସୀ । ଏହି ଦୁର୍ଗମ ଅଞ୍ଚଳରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ୁଥିବା ବେଳେ ତାହାର ସୁଯୋଗ ନେଇ ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ସାହାସ ବଢ଼ି ଯାଉଚି । ଏପରିକି ବସୁଧା ଟାଙ୍କି ନିର୍ମାଣ କାମରେ ସ୍ଥାନୀୟ ଲୋକଙ୍କ ବାଲି ପଥର ନେଇ କାମ ଚଳାଇଥିଲେ ଠିକାଦାର । ସେମାନଙ୍କ ପଇସା ଓ ନିର୍ମାଣ କାମରେ ନିୟୋଜିତ ଶ୍ରମିକ ମାନଙ୍କ ମଜୁରୀ ମଧ୍ୟ ଆଜି ସୁଦ୍ଧା ଦେଇନାହାନ୍ତି । ରାସ୍ତାର ପାର୍ଶ୍ଵପଟ ଟାଙ୍କିର ରଙ୍ଗ ବୋଳା ଯାଇଥିବା ବେଳେ ଅନ୍ୟପଟେ ଖାଲି ଛଡ଼ା ଯାଇଚି । ଏପରିକି ବସୁଧା ଯୋଜନାର ଫଳକ ମଧ୍ୟ ଦେଖିବାକୁ ପାଇବେ ନାହିଁ ଆପଣ । ପ୍ରତ୍ୟେକ ସ୍ଥାନରେ ପାଣିପାଇପ ଷ୍ଟାଣ୍ଡ ପୋଷ୍ଟ ଅଛି କିନ୍ତୁ ତାହା ଅତି ନିମ୍ନ ମାନର ହୋଇଥିବା ବେଳେ ଅନେକ ଭାଙ୍ଗି ଯାଇଛି । ତେବେ ବାରମ୍ବାର ଠିକାଦାର ଠାରୁ ଆରମ୍ଭକରି ସରପଞ୍ଚ ବିଭାଗୀୟ ଯନ୍ତ୍ରୀ ସମାଷ୍ଟଙ୍କୁ ଗୁହାରି କରି ଥକି ଗଲେ ଗ୍ରାମବାସୀ । ହେଲେ କୌଣସି ଉଚିତ୍ ପଦକ୍ଷେପ ନେଉନାହାନ୍ତି ପ୍ରଶାସନ ।