*ବସନ୍ତ ସଚେତନା ଓ ସ୍ଵାସ୍ଥ୍ୟ ଶିବିର*
ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମିଳିମିଳା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ବସନ୍ତ ରୁତୁରେ ଦୂଷିତ ଜଳ ପାନ,ଖଟା ଖାଇଲେ ଓ ଖୋଲା ପବନରେ ଅଧିକ ବୁଲିଲେ କଫ ବଢି ଭୂତାଣୁ ସଂକ୍ରମିତ ହୁଏ।ରୋଗାକ୍ରାନ୍ତ ଶିଶୁର ନାସା ସ୍ରାବ ପବନ ଦ୍ଵାରା ଯାଇ ଅନ୍ୟ ଶିଶୁ ମାନଙ୍କୁ ସଂକ୍ରମଣ ହୁଏ ଓ ସମସ୍ତ ଅଞ୍ଚଳରେ ବ୍ୟାପିଯାଏ। ଆଖି ନାକରୁ ପାଣି ବହେ, ଜ୍ୱର, ଶୁଖିଲା କାସ, ଅରୁଚି, ମୁଣ୍ଡବ୍ୟଥା, ଶରୀର ପୀଡା ସହ ମସୁର ଡାଲି ପରି ଫୋଟକା ଦେହ ସାରା ଦେଖା ଯାଏ। ଏହି ଭଳି ପରିସ୍ଥିତିରେ ଲଘୁ ଖାଦ୍ୟ , ଉଷ୍ଣଜଳ ପାନକରିବେ, ଘରେ ଭୂତାଣୁ ନାଶ ପାଇଁ ଝୁଣା ନିମ୍ବ ପତ୍ର ଧୂପ ଦେବେ, ପ୍ରତିଷେଧ ପାଇଁ ହଳଦୀଗୁଣ୍ଡ କିମ୍ବା କଲରା ପତ୍ର ରସ ସକାଳୁ ତିନିଦିନ ଖାଇବେ। ଶେଯରେ କୋମଳ ନିମ୍ବ ପତ୍ର ପକାଇବେ,ଶରୀର କୁଣ୍ଡେଇ ହେଲେ ନିମ୍ବ କାଠିରେ କୁଣ୍ଡାଇବେ। ଗୋରଚନା କିମ୍ବା ହଳଦୀଗୁଣ୍ଡ ଦିନରେ ତିନିଥର ମହୁ ସହ ଖାଇଲେ ଜ୍ୱର ସହ ମିଳିମିଳା ଭଲ ହୋଇଯାଏ। କାଶ ପାଇଁ ତୁଳସୀ ରସ ଦେବେ, ପଦାରେ ବୁଲିବେ ନାହିଁ। ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ,ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରାଯାଇଥିଲା।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!