ବସନ୍ତ ପଞ୍ଚମୀ ଅବସରରେ ଗାୟତ୍ରୀ ଶକ୍ତି ପୀଠ ଫୁଲବାଣୀ ଠାରେ ବାର୍ଷିକ ଉତ୍ସବ ପାଳନ….
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ସ୍ଥିତ ଗାୟତ୍ରୀ ଶକ୍ତି ପୀଠ ରେ ଗାୟତ୍ରୀ ପରିବାର ର ସମସ୍ତ ପରିଜନ ଙ୍କ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି I ଏଥିରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ଯଜ୍ଞ ମଧ୍ୟ ସଂଚାଳିତ କରାଯାଇଥିଲା I ଏହି ପବିତ୍ର ଉତ୍ସବ ରେ ଗାୟତ୍ରୀ ପରିବାର ର ପୁରାତନ ତଥା ବରିଷ୍ଠ ସଦସ୍ୟ ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଓ ବିଷ୍ନୁପ୍ରିୟା ବେହେରା ଉପସ୍ଥିତ ଥିଲେ I ମୁଖ୍ୟ ଟ୍ରଷ୍ଟି ଶ୍ରୀ ସିମାଞ୍ଚଳ ବେହେରା ଙ୍କ ତତ୍ୱାବଧାନ ରେ ସୁଚାରୁରୂପେ ସମ୍ପାଦନ କରାଯାଇଅଛି I କାର୍ଯ୍ୟକ୍ରମ ଶେଷରେ ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିଲା ଯେଉଁଠି ସହଶ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ I