ବଳିଦାନ ପିଠ ସୋହେଲା ଚିତାଖାଇ ଗ୍ରାମ ଠାରେ ” ମନୋହର ସାଂସ୍କୃତିକ ସଂସଦ” ଭେଡେନ ର ୫୫ତମ ସମ୍ବଲପୁରୀ ଭେଟଘାଟ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବଳିଦାନ ପିଠ ସୋହେଲା ଚିତାଖାଇ ଗ୍ରାମ ଠାରେ ” ମନୋହର ସାଂସ୍କୃତିକ ସଂସଦ” ଭେଡେନ ର ୫୫ତମ ସମ୍ବଲପୁରୀ ଭେଟଘାଟ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବରଗଡ ଜିଲ୍ଲା ସୋହେଲା ଚିତାଖାଇ ଠାରେ ଆଗାମୀ ଜାନୁଆରୀ ୨୩ ତାରିଖ ଦିନ ଦେଶ ମାତୃକାର ସୁରକ୍ଷା ଓ ସ୍ୱାଭିମାନ ପାଇଁ ଲଢେଇ କରି ଭେଡେନ ଜମିଦାର ମନୋହର ସିଂ ଓ ତାଙ୍କର ଦୁର୍ଦ୍ଧର୍ଷ ସେନାନୀ ଶହୀଦ ହୋଇଥିବା କ୍ଷେତ୍ର ହେଉଛି ଚିତାଖାଇ ଗ୍ରାମ l ମୁକ୍ତି ସଂଗ୍ରାମର ଏହି ପ୍ରଖ୍ୟାତ ବୀରମାନଙ୍କ ଶୋଣିତରେ ପ୍ଲାବିତ ପବିତ୍ର ଭୂମିରେ ପାଳିତ ହେବ ବୀର ମନୋହର ସିଂ, ବୀର ସୁନ୍ଦର ସାଏ ଏବଂ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ତଥା ସ୍ମୃତି ଉତ୍ସବ I ଗତ ୧୯୯୧ ରୁ ପ୍ରତିବର୍ଷ,ମନୋହର ସାଂସ୍କୃତିକ ସଂସଦ ଦ୍ୱାରା ପଶ୍ଚିମ ଓଡ଼ିଶାର ବିଭିନ୍ନ ପୁଣ୍ୟ ପୀଠରେ ଆୟୋଜିତ ହୋଇଆସୁଥିବା ଏହି ଉତ୍ସବ ସମେତ ସମ୍ବଲପୁରୀ ଭେଟଘାଟ ଚଳିତ ବର୍ଷ ସୋହେଲା ନିକଟସ୍ଥ ଚିତାଖାଇ ଗ୍ରାମରେ ପାଳନ କରାଯିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି I
ମନୋହର ସାଂସ୍କୃତିକ ସଂସଦର ସଭାପତି ଉତ୍ପନ୍ନ କୁମାର ଭୋଇ ଙ୍କ ଅଧ୍ୟକ୍ଷତIରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଚିତାଖାଇ ଗ୍ରାମବାସୀ ତଥା ସଂସଦର କର୍ମକର୍ତା ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାସହ ଉତ୍ସବକୁ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ I ଯେହେତୁ ଚିତାଖାଇ ମାଟି ମନୋହର ସିଂଙ୍କ ବଳିଦାନ ଭୂମି ଅଟେ, ସମଗ୍ର କାର୍ଯ୍ୟକ୍ରମ “ମନୋହର କେନ୍ଦ୍ରିତ” କରାଯିବା ପାଇଁ ପ୍ରସ୍ତାବିତ ହୋଇଛି I ଜାନୁଆରୀ ୨୩ ଅପରାହ୍ନ ୨ ଟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ବୀରପୁତ୍ରମାନଙ୍କ ଜୟନ୍ତୀ ପାଳନ, ସମ୍ବର୍ଦ୍ଧନା ସଭା, ଆଲୋଚନା ଚକ୍ର, କବି ସମ୍ମିଳନୀ, ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ, ପୁସ୍ତକ ଉନ୍ମୋଚନ ପ୍ରଭୃତି ଆୟୋଜନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି I

ପ୍ରସ୍ତୁତି ବୈଠକରେ ଦିଲ୍ଲୀପ କୁମାର ଦେବତା ପ୍ରାକ ସୂଚନା ପ୍ରଦାନ କରିଥିବା ବେଳେ ସଭାପତି ତଥା ସାହିତ୍ୟ ଗବେଷକ ଉତ୍ପନ୍ନ କୁମାର ଭୋଇ, କବି ଗୌରଚରଣ ପ୍ରଧାନ, କଥାକାର ବିକାଶ ଚନ୍ଦ୍ର ସାହୁ, ସଂଗଠକ ଲଳିତ କୁମାର ସାହୁ, କବି ଲକ୍ଷ୍ମଣ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମର ବିଶଦ ଯୋଜନା ଉପସ୍ଥାପନ କରିଥିଲେ I କ୍ରାନ୍ତୀକବି ହରିଲାଲ ସାହୁ କବିତା ମାଧ୍ୟମରେ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିବା ବେଳେ କବି ଉମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଚିତାଖାଇ ଗ୍ରାମବାସୀଙ୍କ ତରଫରୁ ଘନଶ୍ୟାମ ଭୂଏ, ଗୌରହରି ଭୂଏ, ସୁନା ଝାଂକର, ଗୋକୁଳା ଭୈସାଲ, ହରିବୋଲ ଭୂଏ, ଭୂଜା ଭୂଏ, ଯୋଗେଶ୍ବର ଭୂଏ, ରନଜିତ ଭୂଏ, ନାରାୟଣ ଝାଂକର, ଶୁକ୍ରୁ ଭୂଏ ପ୍ରମୁଖ ଉପସ୍ଥିତ ରହି ସମଗ୍ର ଉତ୍ସବଟିକୁ ସଫଳତାର ସହ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ I

Leave a Reply

Your email address will not be published. Required fields are marked *