ବରମୁଣ୍ଡା ଦୂର୍ଗା ପୂଜା ରେ ରାବଣ ପୋଡି ଉତ୍ସବ ସହ ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ ।ଶାରଦୀୟ ଦୁର୍ଗାପୂଜା ପାଇଁ ଦୈତ୍ୟ ନଗରୀ କଟକ – ଭୁବନେଶ୍ୱର ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଁ ଙ୍କ ମୃଣ୍ମୟୀ ପ୍ରତିମା। ସପ୍ତମୀ ଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଦୂର୍ଗାପୂଜା। ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼। ସେହିଭଳି ବିଭିନ୍ନ ଦେବୀ ପୀଠରେ ଦେବୀଙ୍କ ନବରାତ୍ରି ସହ ଦଶହରା ପର୍ବ ରୀତିନୀତି ଅନୁଯାୟୀ ପାଳିତ ହୋଇଛି।ଭୁବନେଶ୍ୱର ବରମୁଣ୍ଡା ଦୁର୍ଗା ମଣ୍ଡପ ଠାରେ ଠାରେ ପ୍ରତି ବର୍ଷ ଭଳି ଆୟୋଜିତ ହୋଇଛି ଦୁର୍ଗାପୂଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖର ହୋଇଉଠିଛି ବରମୁଣ୍ଡା ପୂଜା ମଣ୍ଡପ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି। ସେହି ଭଳି ଗତକାଲି ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ଅଧ୍ୟକ୍ଷା ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ। ନୃତ୍ୟାଙ୍ଗନା ଙ୍କ ତାଳେ ତାଳେତାଳେ ଦର୍ଶକ ମାନେ ମଧ୍ୟ ଝୁମି ଉଠିଥିଲେ । ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ,,
Related Posts
ବନ ବିଭାଗର ଏକ ବଡଧରଣର ଚଢ଼ଉ
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଞ୍ଚାୟତ ଅନ୍ତର୍ଗତ ସୋନପୁର ଡିଏନକେ ଗ୍ରାମରେ ବନ ବିଭାଗର ଏକ ବଡଧରଣର ଚଢ଼ଉ ହୋଇଛି। ଏହି ଚଢ଼ାଉରେ ୧୫ ଲକ୍ଷ…
ମନ୍ତ୍ରୀପୁଟ ଗ୍ରାମ ଲୋକେ ନିଜେ ଶ୍ରମଦାନ କରି ନିଜ ଗାଁ ରାସ୍ତାର ମରାମତି କରିଥିବା ଜଣାପଡିଛି।
ସୁନାବେଡା- ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଲାଇଗୁଡା ପଞ୍ଚାୟତ ସ୍ଥିତ ମନ୍ତ୍ରୀପୁଟ ଗ୍ରାମ ଲୋକେ ନିଜେ ଶ୍ରମଦାନ କରି ନିଜ ଗାଁ ରାସ୍ତାର ମରାମତି କରିଥିବା ଜଣାପଡିଛି। ଗାଁ…
ଶପଥ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ
ଶପଥ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ ଭୁବନେଶ୍ୱର:( ଅଭିଷେକ ମହାନ୍ତି) ଆଜି ଭୁବନେଶ୍ବରର ୯ଟି ସ୍ଥାନରେ ଓଡ଼ିଶାର ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କଲେ ମୋହନ…