ବରଗଡ ର ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି।
ବରଗଡ ୩,୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ବିଶ୍ବପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଗଣିତ ବରଗଡ ୭୭ତମ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହା ୩ତାରିଖ ରୁ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମେ ଗାନ୍ଧୀଛକ ଠାରୁ ଆରମ୍ଭ ହୋଇ ବିଭିନ୍ନ ଆଂଚଳିକ ଓ ପ୍ରାଦେଶିକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୋଭାଯାତ୍ରା ପରିବେଷଣ କରି ମାଁ ସମଲେଶ୍ଵରୀ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରି ହାଟପଦା ରେ ରଂଗମହଲ ଠାରେ ପହଞ୍ଚିଥିଲା। ଏଥିରେ ଧନୁଯାତ୍ରା ମହୋତ୍ସବ ର ସଂପାଦକ ଶ୍ରୀଯୁକ୍ତ ସୁରେଶ୍ୱର ଶତପଥୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଧନୁଯାତ୍ରା ମହୋତ୍ସବ ସଭାପତି ବରଗଡ ଜିଲ୍ଲାପାଳ ସଭାପତି ଆଦିତ୍ୟ ଗୋଏଲ, ଉପସଭାପତି ଏସ ପି ପ୍ରହଲ୍ଲାଦ ସହାୟ ମିନା,ସମେତ ଉଗ୍ରେସେନ ମହାରାଜ ଦରବାରରେ ରାଜ ଅତିଥିଭାବେ ମାନ୍ୟବର ବରଗଡ ସାଂସଦ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବରଗଡ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡଙ୍ଗୀ,ମାନ୍ୟବର ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ ଗଡତିଆ,ବରଗଡ ଏଡିଏମ ମଧୁଛନ୍ଦା ସାହୁ, ବରଗଡ ମୁନିସିପାଲିଟି ଚେୟାରମ୍ଯାନ କଳ୍ପନା ମାଝୀ ସମଅତିଥି ଭାବେ ଓ ବିଭିନ୍ନ କମିଟି ଓ ଉପ କମିଟି ସଦସ୍ଯ ମାନେ ଯୋଗ ଦେଇ ଥିଲେ। ପ୍ରଥମେ ଅତିଥି ମାନକଂ ପକ୍ଷରୁ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏହା ପରେ ବରଗଡ ସାଂସଦଙ୍କ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ ଫିତାକାଟି ଉଦଘାଟନ କରିଥିଲେ। ସଂପାଦକ ଶ୍ରୀଯୁକ୍ତ ସୁରେଶ୍ୱର ଶତପଥୀ ଅତିଥି ମାନଙ୍କୁ ଧନୁଯାତ୍ରା ମହୋତ୍ସବ ର ରୂପରେଖ ବିଷୟରେ ବକ୍ତବ୍ୟ ରଖିବାକୁ ଅନୁରୋଧ କରିଥିଲେ।ସମସ୍ତ ଅତିଥି ମାନେ ଧନୁଯାତ୍ରା ମହୋତ୍ସବ ର ଅତିତ ଓ ବର୍ତ୍ତମାନ ବିଶ୍ବଦରବାରରେ କିପରି ମାନ୍ୟତା ମିଳିବା ଚେଷ୍ଟା କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ।ଉଗ୍ରେସେନ ମହାରାଜ କଂ. ରାଜଦରବାରରେ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ନୃତ୍ୟ ଗୀତ ରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହା ଉଗ୍ରେସେନ ମହାରାଜ ଦରବାରରେ ଆରମ୍ଭ ହୋଇଥିଲା।