ବରଗଡ ରେ ବରଗଡ ଜ଼ିଲ୍ଲା ପ୍ରତିଷ୍ଠା ଦିବସ

ବରଗଡ ରେ ବରଗଡ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଓ ଜ଼ିଲ୍ଲା ସମାଜସେବୀ ସଂଘ, ବରଗଡ ର ଦ୍ଵିତୀୟ ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ ଓ ଇଷ୍ଟଦେବୀ ମା ସମଲେଇ ଙ୍କୁ ନିୟୁତା ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅଗ୍ରଗାମୀ ଯୁବକ ସଂଘ ରେ ଜ଼ିଲ୍ଲା ସମାଜସେଵୀ ସଂଘ ର ସଦସ୍ୟ , ଉପଦେଷ୍ଟା, ବରଗଡ ର ଗଣ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା ସଦସ୍ୟ ଓ ସଦସ୍ୟା ତଥା ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଓ ସଂଘ ର ସଭାପତି ବଳିଷ୍ଠ ଦୁର୍ଗା ଙ୍କ ସଭାପତିତ୍ବ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ସଂଘ ର ସକ୍ରିୟ ସଦସ୍ୟ ବିଭୁତି ଦୀପ ସ୍ୱାଗତ ଜଣାଇଥିଲେ ଓ ସଂଘ ର ସଭାପତି ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ ଳ ବୈଠକ ରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ନିଜ ନିଜର ମତାମତ ପ୍ରକାଶ କରିଥିଲେ lଏହି ବୈଠକର ପ୍ରମୁଖ ଉଦ୍ଦେଶ୍ୟ ଥିଲା ବରଗଡ ଜ଼ିଲ୍ଲା ପ୍ରତିଷ୍ଠା ଦିବସ କୁ କିପରି ଭଲ ଭାବରେ ଧୂମଧାମରେ ପାଳନ କରିବା ଓ ବରଗଡ ର ୧୨ ଟି ବ୍ଲକ ରେ ଥିବା ଲୁକାୟିତ ପ୍ରତିଭା ମାନଂକୁ ସମ୍ମାନିତ କରିବା ଓ ବରଗଡ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବରଗଡ ର ଇତିହାସ କୁ ନେଇ ବିଭିନ୍ନ ପ୍ରତିଯୋଗତା ଆୟୋଜନ ର ପ୍ରସ୍ତାବ ରଖାଯାଇଥିଲା l ସଭା ସମାପ୍ତ ହେଲା ପରେ ଆଗ୍ରଗାମୀ ଯୁବକ ସଂଘ ଠାରୁ ସମଲେଇ ମନ୍ଦିର (ତଳିପଡ଼ା ) କୁ ଆମ ଅଂଚଳ ର କଳା ପଞ୍ଚ ବାଦ୍ୟ ସହିତ ପଦଯାତ୍ରା କରି ଇଷ୍ଟଦେବୀ ମା ସମଲେଇ ଙ୍କୁ ନିୟୁତl ଅର୍ପଣ କରାଯାଇଥିଲା lଏହି ଅବସରରେ ଅଭିଭାବକ ସଂଘ ର ସଭାପତି ବିମଳ ଦାଶ, ସମାଜସେବୀ ଯଶବୀର ସିଂ,ସମାଜସେବୀ ପ୍ରିତମ ସିଂ, ବିଜେପି ର ବରିଷ୍ଠ ସଦସ୍ୟ ଅକ୍ରୁର ମଲ୍ଲିକ,ପରେଶ ବିଶି,ଆମ ଆଦମୀ ପାର୍ଟି ର ସଭାପତି ଭବାନୀ ସାହୁ,ସମ୍ବିଧାନ ସୁରକ୍ଷା ମଞ୍ଚ ର ସଭାପତି ପବିତ୍ର ଦେହେରୀ,କୋଶଲ ସେନା ର କୋଶଲ ସଂଗ୍ରାମୀ ବିରବଲ ମହାକୁର, କୋଶଲ ସଂଗ୍ରାମୀ ଅଶୋକ ଛତର, ବିହାରୀ ସମାଜ ର ସଭାପତି ବିଜେ ଆଜ୍ଞା, ପଶ୍ଚିମ ଓଡିଶା ଯୁବା ମଞ୍ଚ ର ସଭାପତି ଅଜିତ ପତି, ବଜରଙ୍ଗ ଦଳ ର ସଭାପତି ସଂଜୀବ ମେହେର, ନିଷ୍ଠା ପରିବାର ର ସଦସ୍ୟ ପୁରାନ୍ଦେର ଭୋସାଗର, ଫ୍ରେଣ୍ଡ ଏ ହୋପ ର ସଭାପତି ଅମିତ କୁମାର,ଅମୃତ କୁଟୁମ୍ଭ ର ସଭାପତି ଆନନ୍ଦ ସୁନା, ଶପଥ ସେବା ସଂସ୍ଥା ରୁ ଦୀପକ ଭୋଇ ଓ ସଂଘ ର ସକ୍ରିୟ ସଦସ୍ୟ ଦୀପକ ଦାଶ,ଅନିଲ ବେହେରା, ରାଜେଶ ଶର୍ମା,ବିକ୍ରମ ଦାଶ, ଶିବ ଲୁହା, କୀର୍ତ୍ତି ମହାନନ୍ଦ,ହର୍ମିତ ସିଂ,ହର୍ଷ ସାହୁ, ନୂତନ ସିଂ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ l ପରିଶେଷରେ ସଂଘ ର ସମ୍ପାଦକ ରଞ୍ଜନ କୁମାର ସାହୁ ଜ଼ିଲ୍ଲା ସମାଜସେବୀ ସଂଘ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *