ବରଗଡ ରେଲୱେ ଷ୍ଟେସନ ଟିକଟ କାଉଣ୍ଟର ନିକଟରେ ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧ ବୃଦ୍ଧା ଙ୍କୁ ଉଦ୍ଧାର କଲା “ନିଷ୍ଠା ପରିବାର ” ।

ବରଗଡ ରେଲୱେ ଷ୍ଟେସନ ଟିକଟ କାଉଣ୍ଟର ନିକଟରେ ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧ ବୃଦ୍ଧା ଙ୍କୁ ଉଦ୍ଧାର କଲା “ନିଷ୍ଠା ପରିବାର ” ।ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୭-୦୨-୨୦୨୫ରିଖ (ଶୁକ୍ର ବାର)ବରଗଡ଼ ରେଲୱେ ଷ୍ଟେସନ ଟିକେଟ କାଉଣ୍ଟର ପାଖରେ ଅସହାୟ ଅବସ୍ଥାରେ ଜଣେ ବୃଦ୍ଧ ଓ ଜଣେ ବୃଦ୍ଧା ପଡ଼ିଥିବା ଖବର ଶଙ୍କର ନାମ ରେ ଜଣେ ଭାଇ ଆମ ନିଷ୍ଠା ପରିବାର କୁ ଜଣାଇ ଥିଲେ। ଏ ଖବର ପାଇବା ପରେ ନିଷ୍ଠା ପରିବାର ଉପଦେଷ୍ଟା ଜିତୁ ମହାପାତ୍ର ତୁରନ୍ତ ଘଟଣା ସ୍ଥଳ କୁ ପହଞ୍ଚି ଥିଲେ। ବୃଦ୍ଧା ଙ୍କ ଅଵସ୍ଥା ସେତେ ଟା ଖରାପ ନ ଥିଲା ସେ ଭିକ ମାଗି ଚଳନ୍ତି କିନ୍ତୁ ବୃଦ୍ଧ ଜଣକ ନ ଖାଇ ନ ପିଇ ଦୀର୍ଘ ଦିନ ଧରି ପଡି ରହିଥିବାରୁ ଅତ୍ୟନ୍ତ ଦୁର୍ବଳ ହୋଇ ଯାଇଥିଲେ। ତୁରନ୍ତ ୧୦୮ଆମ୍ବୁଲେନ୍ସ ସହଯୋଗ ରେ ଉଭୟ ଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ ଜିତୁ ମହାପାତ୍ର। ବୃଦ୍ଧା ଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଥିଲା ଓ ବୃଦ୍ଧ ଜଣକ ଡାକ୍ତର ଖାନାରେ ଭର୍ତ୍ତି ଅଛନ୍ତି। ଯଥା ସମ୍ଭବ ନିଷ୍ଠା ପରିବାର ତରଫ ରୁ ସେବା ଯୋଗାଇ ଦିଆଯାଉଛି। ଆଶା ମାଁ ସମଲେଇ ଙ୍କ କୃପା ରୁ ମଉସା ଜଣକ ଶୀଘ୍ର ସୁସ୍ଥ ହୋଇଯିବେ। ଜିତୁ ମହାପାତ୍ର ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ଅସହାୟଙ୍କ ସେବା ରେ ସଦା ସର୍ବଦା” ନିଷ୍ଠା ପରିବାର”

Leave a Reply

Your email address will not be published. Required fields are marked *