ବରଗଡ – ୧୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସୋହେଲା ବାଳକ ଉଚ୍ଚବିଦ୍ୟାଳୟ ୧୯୮୬ ମେଟ୍ରିକ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନର୍ସରୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ଦିବଂଗତ ହୋଇଥିବା ଗୁରୁ ଏବଂ ସହପାଠୀ ମାନଙ୍କ ସ୍ମୃତି ରେ ଏକ ମିନିଟ ର ନୀରବ ପ୍ରାର୍ଥନା କରାଯାଇଥିଲା lତତ୍ ପଶ୍ଚାତ ପୁରାତନ ଛାତ୍ର ପ୍ରକାଶ ସାହୁ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ପୁରାତନ ଛାତ୍ର ମାନଙ୍କ ତରଫରୁ ଅତୀତ ରେ ଶିକ୍ଷାଦାନ କରିଥିବା ଗୁରୁ ବୃନ୍ଦାବନ ପଧାନ, ଗୁରୁ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ଏବଂ ଗୁରୁ ଗିରିଜାଶଙ୍କର ଆଚାର୍ଯ୍ୟ ଙ୍କୁ ପଦ ଧୌତ ପୂର୍ବକ ପୁଷ୍ପମାଲ୍ୟ ଏବଂ ଉପଢୌକନ ଓ ପଗଡି ପ୍ରଦାନ ପୂର୍ବକ ଗୁରୁ ମାନଙ୍କ ସୁସ୍ଥ ନିରାମୟ ଜୀବନ କାମନା ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ l ଉକ୍ତ ସଭା ରେ ପୁରାତନ ଛାତ୍ର ବିଶିଷ୍ଟ ଶିକ୍ଷାବିତ ଗଜେନ୍ଦ୍ର ମିଶ୍ର, ଅଧ୍ୟାପକ ପ୍ରଶାନ୍ତ ଭୋଇ, ଅଧ୍ୟାପକ ଦୁର୍ଗାପ୍ରସନ୍ନ ମହାନ୍ତି, ସାମ୍ବାଦିକ ସତ୍ୟଜିତ ପଧାନ, ସାମ୍ବାଦିକ ଗୋବିନ୍ଦ ପଧାନ, ବିଶିଷ୍ଟ ଶିଳ୍ପପତି ରାଜେଶ ଅଗ୍ରୱାଲ,ବରିଷ୍ଠ ଆଇନଜୀବି ଦ୍ୟୁତିଶ ଆଚାର୍ଯ୍ୟ, ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ଦେବତା ପ୍ରମୁଖ ଅତୀତ ର ଶିକ୍ଷାଦାନ ବ୍ୟବସ୍ଥା ଏବଂ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ l ସମାଜ ପ୍ରତିଟି କ୍ଷେତ୍ରରେ ନିଜ ଶିଷ୍ୟ ମାନଙ୍କ ର ସଫଳତା ହିଁ ଗୁରୁମାନଙ୍କ ପ୍ରତି ଉପଯୁକ୍ତ ଗୁରୁଦକ୍ଷିଣା ଅଟେ ବୋଲି ଗୁରୁମାନେ ନିଜ ବକ୍ତବ୍ୟ ମାନଙ୍କରେ ମତ ପ୍ରକାଶ କରିବା ସହ ପୁରାତନ ଛାତ୍ରମାନଙ୍କ ର ଦ୍ୱାରା ଆୟୋଜିତ ଏହି ପୂଜ୍ୟପୂଜା ର ପରମ୍ପରା କୁ ଭୁୟସୀ ପ୍ରଶଂସା କରିଥିଲେ l ସଭାକାର୍ଯ୍ୟ ପରିଚାଳନା କରିଥିଲେ ବିଶିଷ୍ଟ କବି ନୀତିଶ ଚନ୍ଦ୍ର ଆଚାର୍ଯ୍ୟ ଏବଂ ପରିଶେଷ ରେ ଧନ୍ୟବାଦ ଜ୍ଞାପନ କରିଥିଲେ ପୁରାତନ ଛାତ୍ର ଅଶୋକ ବେହେରା l
Related Posts
ଟିକାବାଲି ଠାରେ ଗୁରୁଦିବସ କାର୍ଯ୍ୟକ୍ରମ ଧୂମଧାମ ରେ ପାଳନ
ଟିକାବାଲି ଠାରେ ଗୁରୁଦିବସ କାର୍ଯ୍ୟକ୍ରମ ଧୂମଧାମ ରେ ପାଳନ :(ସାନୁଜ ବେହେରା ) ଟିକାବାଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଟିକାବାଲି ବସଷ୍ଟାଣ୍ଡ ସ୍ଥିତ ମା…
୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାରରେ ପହଞ୍ଚିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ
୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାରରେ ପହଞ୍ଚିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ବିକଶିତ…
ହାତଧୁଆ ସଚେତନା ଓ ସ୍ଵାସ୍ଥ୍ୟ ଶିବିର
*ହାତଧୁଆ ସଚେତନା ଓ ସ୍ଵାସ୍ଥ୍ୟ ଶିବିର* ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହାତଧୁଆ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…