ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା କୁମ୍ଭକାର ସମାଜ କୁରାଳ ପଞ୍ଚମୀ ପୂଜା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାର୍ଗଶିର ମାସ ଶୁକ୍ଳପକ୍ଷ ଚତୁର୍ଥୀ ଓ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଦେଷ୍ଟା ଭାବେ ରାମଜୀ ରଣା, ବଳଦେବ ରଣା ଓ କାର୍ତ୍ତିକ ରଣା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଚତୁର୍ଥୀ ଦିନ କଳସ ଯାତ୍ରା ଓ ପଞ୍ଚମୀ ଦିନ ମୂର୍ତ୍ତି ମାନଂକ ପ୍ରାଣ ପ୍ରତିଷ୍ଠା, ହୋମ, ଯଜ୍ଞ ରିତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୋହିତ ଭାବରେ ପଣ୍ଡିତ ହିମାଂଶୁ ଶେଖର ଶତପଥୀ ଓ ପଣ୍ଡିତ କାର୍ତ୍ତିକ ଶତପଥୀ ପୂଜାର୍ଚ୍ଚନା କରି ଥିଲେ। କର୍ତା ଭାବରେ ବାସୁଦେବ ରଣା ସପତ୍ନିକ ପୂଜା କାର୍ଯ୍ୟ ତୁଲାଇଥିଲେ। ଆଜି ପୂର୍ଣ୍ଣାହୁତି ପରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ କୁରାଳ ପଞ୍ଚମୀ କମିଟି ର ଅଧିପତି ରଣା, କ୍ଷୀରେଶ୍ୱର ରଣା, ମଣି ରଣା, ପୁରୁଷୋତ୍ତମ ରଣା, ଠାକୁର ରଣା, କୂଳ ରଣା, ପ୍ରଭାସ ରଣା ସକ୍ରିୟ ଭାବରେ ଅଂଶଗ୍ରହଣ ସଫଳତା ସହିତ ପୂଜା କାର୍ଯ୍ୟ ସମାପନ ହୋଇଥିଲା।
Related Posts
ହତ୍ୟା ଉଦ୍ୟମ ଅଭିଯୋଗ ରେ ନାରାୟଣ ଚୌଧୁରୀ ନାମକ ଜଣେ ବ୍ୟକ୍ତିକୁ ବଡ଼ବଜାର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ହତ୍ୟା ଉଦ୍ୟମ ଅଭିଯୋଗ ରେ ନାରାୟଣ ଚୌଧୁରୀ ନାମକ ଜଣେ ବ୍ୟକ୍ତିକୁ ବଡ଼ବଜାର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗଞ୍ଜାମ:ଅଭିଯୋଗ ଭିତ୍ତିରେ ଜଣାପଡିଛି…
କାଶୀପୁର ଠାରେ ପିଏମ ପୋଷଣ ଯୋଜନାର ଦ୍ୱିତୀୟ ତାଲିମ ଶିବିର ଅନୁଷ୍ଠିତ ।
କାଶୀପୁର ଠାରେ ପିଏମ ପୋଷଣ ଯୋଜନାର ଦ୍ୱିତୀୟ ତାଲିମ ଶିବିର ଅନୁଷ୍ଠିତ । ରାୟଗଡ଼ା – ୨୬/୧୨କାଶୀପୁର ବ୍ଲକ ସଦର ମହକୁମା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ରେ…
ମୁମ୍ବାଇ ଟେଷ୍ଟରେ ୨୫ ରନରେ ହାରିଲା ଭାରତ
ମୁମ୍ବାଇ ଟେଷ୍ଟରେ ୨୫ ରନରେ ହାରିଲା ଭାରତ ୧୪୭ ଟାର୍ଗେଟକୁ ପିଛା କରି ଭାରତ ୧୨୧ ରନରେ ଅଲଆଉଟ୍ଏ!ଜାଜ ପଟେଲଙ୍କୁ ସର୍ବାଧିକ ୬, ଫିଲିପ୍ସଙ୍କୁ ୩ ୱିକେଟ!