ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୨୦୨୪ ର ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀ ମାନେ ନାରୀଶିକ୍ଷା ଓ ନାରୀଶକ୍ତି ଉପରେ ସଂଗୀତ ମାଧ୍ୟମରେ ନୃତ୍ୟ ପରିବେଷଣ କରିଥିଲେ। ଏହା କୁ ସଂଯୋଜନା କରିଥିଲେ, ବିଦ୍ୟାଳୟର ଶ୍ରୀମତୀ ଅନୁପମା ପଣ୍ଡା । ଏହି ଉତ୍ସବରେ ସଭାପତିତ୍ବ କରିଥିଲେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ଭୋଇ ।ଏଥିରେ ମୁଖ୍ୟ ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ଯୋଗ ଦେଇଥିଲେ ଓ ଚଳିତ ବର୍ଷ ଯେଉଁ ଝିଅ ମାନେ ଦଶମ ଶ୍ରେଣୀ ର ବାର୍ଷିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବେ, ସେହି ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ୫୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ରାସେଶ୍ଵରୀ ଭୋଇ, ସଦସ୍ୟ ବଲରାମ ବାଗ, ଲଲିତ ବାରିକ ସଦସ୍ୟା ନମିତ ଭୋଇ ଓ ଅନ୍ୟାନ୍ୟ ସଦସ୍ଯ /ସଦସ୍ୟା ମାନେ ଯୋଗ ଦେଇଥିଲେ। ପରିଶେଷରେ ବିଦ୍ୟାଳୟ ର ଛବିଳ ପ୍ରଧାନ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଓ୍ବାର୍ଡମେମ୍ବର ପଦବୀ ଅସିଦ୍ଧ ଘୋଷଣା
ଓ୍ବାର୍ଡମେମ୍ବର ପଦବୀ ଅସିଦ୍ଧ ଘୋଷଣା ଗଜପତି ୪/୮(ମନୋଜ କୁମାର ପାଢୀ)- ଆର,ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତର ଓ୍ବାର୍ଡ ମେମ୍ବର ୧୨ ର ସଭ୍ୟା ଅନିଳା…
ଡିଲ୍ ସମୟରେ ୨ ବାଘଛାଲ ଜବତ, ଜଣେ ଗିରଫ
ଡିଲ୍ ସମୟରେ ୨ ବାଘଛାଲ ଜବତ, ଜଣେ ଗିରଫ ରାୟଗଡ଼ା, ୧୬।୧୨(ପ୍ରଫୁଲ କୁମାର ବେହେରା)ଗତକାଲି ସନ୍ଧ୍ୟାରେ ରାୟଗଡ଼ା ସହରରେ ଜଣେ ବ୍ୟକ୍ତି ୨ବାଘଛାଲକୁ ବିକ୍ରିକରିବା ପାଇଁ ରବିବାର…
ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମୋବାଇଲ୍ ଫୋନ୍ ଆଲୁଅରେ ଚାଲିଛି ରୋଗୀ ସେବା
ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମୋବାଇଲ୍ ଫୋନ୍ ଆଲୁଅରେ ଚାଲିଛି ରୋଗୀ ସେବା ଗଜପତି -: ():ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ…