ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜିଲ୍ଲା ସ୍ତରୀୟ ଖୋଖୋ ୨୪/୨୫ ର ପ୍ରତିଯୋଗିତା ୧୭ରୁ ୨୦ ସେପ୍ଟେମ୍ବର ଦୀର୍ଘ ୩ ଦିନ ଧରି ଚାଲିଥିବା ଜିଲ୍ଲା ଖୋ ଖୋ ଚାମ୍ପିଅନସିପ୍ ର ଉଦଯାପନୀ ସନ୍ଧ୍ୟାରେ ଉଦ୍ ଯାପିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ ଡିଇଓ ବରଗଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍ଵତନ୍ତ୍ର ଅତିଥି ଭାବେ ଶ୍ରୀମାନ ନିହାର ରଞ୍ଜନ ମହାନନ୍ଦ ବିଧାୟକ, ଅତାବିରା, ଶ୍ରୀମାନ ଇରାସିଶ୍ ଆଚାର୍ଯ୍ୟ ବିଧାୟକ ଭଟଲୀ, ଓ ଶ୍ରୀମାନ ସନତ ଗଡତିଆ ବିଧାୟକ ବିଜେପୁର ଯୋଗଦାନ କରିଥିଲେ, ଅଂଶ ଗ୍ରହଣ କରି ଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ଖୋ ଖୋ ଆବାହକ ଥିଲେ, ଶ୍ରୀଯୁକ୍ତ ମଛିନ୍ଦ୍ର ମଲ୍ଲିକ ବିଇଓ ଭେଡେନ ରହିଥିବା ବେଳେ ଅନ୍ୟାନ୍ୟ ବ୍ଲକ୍ ଶିକ୍ଷାଧିକାରୀ ଗଣ ଶ୍ରୀ ଲୋକନାଥ ଭୋଇ ବ୍ଲକ୍ ଶିକ୍ଷା ଅଧିକାରୀ ରାଜବୋରାସମ୍ବର, ସୁଶ୍ରୀ ମିଶ୍ରାଣୀ କୁମ୍ଭାର ବ୍ଲକ ଶିକ୍ଷା ଅଧିକାରୀ ଅତାବିରା,ଶ୍ରୀମତୀ ଭାବନା ସାହୁ ବ୍ଲକ ଶିକ୍ଷା ଅଧିକାରୀ ଅମ୍ବାଭୋନା,ଶ୍ରୀ ଶୁଭମ କୁମର ପତି ବ୍ଲକ ଶିକ୍ଷାଧିକାରୀ ଝାରବନ୍ଧ , ଶ୍ରୀମତୀ ଅମୃତା ସାହୁ ବ୍ଲକ ଶିକ୍ଷା ଅଧିକାରୀ ସୋହେଲା, ଶ୍ରୀ ମକୁନ୍ଦ ମହାରା ବ୍ଲକ ଶିକ୍ଷା ଅଧିକାରୀ ବରପାଲି, ଶ୍ରୀ ନାରାୟଣ ଭୁଏ ବ୍ଲକ ଶିକ୍ଷା ଅଧିକାରୀ ବିଜେପୁର, ଶ୍ରୀ ଚୁଡାମଣି ବାରିକ୍ ବ୍ଲକ ଶିକ୍ଷା ଅଧିକାରୀ ପାଇକମାଲ, ଶ୍ରୀ ସୁରେନ୍ଦ୍ର କୁମାର ସାହୁ ବ୍ଲକ ଶିକ୍ଷା ଅଧିକାରୀ ବରଗଡ଼, ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଅନ୍ୟ ମଞ୍ଚାସୀନ ଅତିଥିଙ୍କ ଗହଣରେ ଶ୍ରୀ ସୁଦୀପ୍ତ କୁମାର ନାୟକ ଆଇପିଇ ବରଗଡ଼, ଶ୍ରୀ ସ୍ବାଧୀନ ରଥ ସଭାପତି ନାଗରିକ କମିଟୀ ଭେଡେନ, ଶ୍ରୀ ଉଦ୍ଧବ ବାରିକ ସରପଂଚ ରେମଣ୍ଡା, ଶ୍ରୀ ଶିବ ପ୍ରସାଦ ଖମାରୀ (PSSA ରେମଣ୍ଡା ହାଇସ୍କୁଲ ) ଶ୍ରୀମତୀ ରାସେଶ୍ବରୀ ଭୋଇ (ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି, ଶ୍ରୀ ମହାଦେବ ଭୋଇ ପ୍ରଧାନ ଶିକ୍ଷକ, ରେମଣ୍ଡା ହାଇସ୍କୁଲ ଉପସ୍ଥିତ ରହିଥିଲେ।ସଭାପତି ତଥା ସ୍ଵତନ୍ତ୍ର ଅତିଥି ଗଣ ପାଠପଢା ସହିତ କ୍ରୀଡ଼ା ପାଇଁ ସମର୍ପିତ ରହିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ପ୍ରଦାନ କରିଥିଲେ।ଏହି କ୍ରୀଡ଼ା ଉତ୍ସବରେ ୧୪ ବର୍ଷର ବାଳିକା ବର୍ଗରେ ଗାଇସିଲେଟ ବ୍ଲକ୍ ରନର୍ସ ଅପ୍ ତଥା ପଦମପୁର ବ୍ଲକ ଚାମ୍ପିଅନ ଟ୍ରଫି ହାସଲ କରିଥିଲେ। ବାଳକ ବର୍ଗରେ ବରଗଡ଼ ରନର୍ସ ଅପ୍ ରହିଥିବା ବେଳେ ପଦମପୁର ବ୍ଲକ ଚାମ୍ପିଅନ ହୋଇଥିଲେ।ସେହିପରି ୧୭ ବର୍ଷ ବାଳିକା ବର୍ଗରେ ଅତାବିରା ବ୍ଲକ ରନର୍ସ୍ ଅପ୍ ହୋଇଥିବା ବେଳେ ଭେଡେନ ବ୍ଲକ ଚାମ୍ପିଅନ ବିବେଚିତ ହୋଇଥିଲେ ଏବଂ ବାଳକ ବର୍ଗରେ ଝାରବନ୍ଧ ବ୍ଲକ ରନର୍ସ ଅପ୍ ହୋଇଥିବା ବେଳେ ବିଜେପୁର ବ୍ଲକ ଚାମ୍ପିଅନ ହୋଇଥିଲେ।ଉଭୟ ଚାମ୍ପିଅନ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା। ୧୭ ବର୍ଷ ବାଳିକା ବର୍ଗରୁ ଭେଡେନ ବ୍ଲକ ର ଅର୍ପିତା ନାୟକଙ୍କୁ ତଥା ବାଳକ ବର୍ଗରୁ ବିଜେପୁର ବ୍ଲକ ର କରନ୍ କୁମ୍ଭାରଙ୍କୁ ମେନ୍ ଅଫ୍ ଦି ମେଚ୍ ତଥା ୧୪ ବର୍ଷ ବାଳିକା ବର୍ଗରେପଦମପୁର ବ୍ଲକ ର ସଞ୍ଜନା ରଣା ଏବଂ ବାଳକ ବର୍ଗରେ ମଧ୍ୟ ସେହି ବ୍ଲକ ର ନୀତେଶ ବାରିକଙ୍କୁ ମେନ୍ ଅଫ୍ ଦି ମେଚ୍ ଘୋଷଣା କରାଯାଇଥିଲା ଯାହାକୁ ରେମଣ୍ଡା ଏଥଲେଟିକ୍ ଆସୋସିଏସନ୍ ଦ୍ଵାରା ପ୍ରଯୋଜିତ କରାଯାଇଥିଲା।ସ୍ଵତନ୍ତ୍ର ପୁରସ୍କାର ଯଥା ବେଷ୍ଟ୍ ଡାନ୍ସ ଗ୍ରୁପ୍ ତେନ୍ତୁଲି ଟିକ୍ରା ହାଇସ୍କୁଲ, ୱେଲକମ୍ ଡାନ୍ସ ଟିମ୍ ରେମଣ୍ଡା ବାଳିକା ହାଇସ୍କୁଲ , ୱେଲ୍କମ୍ ଦୁଲଦୁଲି ବଜା ଟିମ୍ ରେମଣ୍ଡା ହାଇସ୍କୁଲ, ବେଷ୍ଟ ଭଲେଣ୍ଟିଅର୍ ପ୍ରମୋଦ ସାହୁ ରେମଣ୍ଡା ହାଇସ୍କୁଲ, ଓପନିଂ ଓଡ଼ିଶୀ ନୃତ୍ୟ ଅର୍ଚ୍ଚନା ଶତପଥୀ ରେମଣ୍ଡା ହାଇସ୍କୁଲ ଙ୍କୁ ପ୍ରଦାନ କରାଯାଇଥିଲା। ଏହି ସବୁ ପୁରସ୍କାର ଚିର ସବୁଜ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରାୟୋଜିତ କରାଯାଇଥିଲା। ଜିଲ୍ଲାର ସମସ୍ତ ଖେଳ ଶିକ୍ଷକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଗଲା।ରେମଣ୍ଡା ଉଚ୍ଚ ବିଦ୍ୟାଳୟ ତରଫରୁ ବିଦ୍ୟାଳୟର ଛାତ୍ର ସାଇଣ୍ଟିଷ୍ଟ ଆୟୁଷ ସେଠ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଗୋବିନ୍ଦ ସେଠ ପରିଚାଳନା କରିଥିବା ବେଳେ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମହାଦେବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଗଜପତି ଜିଲ୍ଲାରେ କୌଶଳ ରଥ ଶୁଭାରମ୍ଭ
ଗଜପତି ଜିଲ୍ଲାରେ କୌଶଳ ରଥ ଶୁଭାରମ୍ଭ ଗଜପତି-୨୧/୭/୨୪ ଗଜପତି ଜିଲ୍ଳା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
ଜୀବିକା ସୁରକ୍ଷା ମଞ୍ଚ ଲୋକସଂଗଠନ ର କାର୍ଯ୍ୟକାରିଣୀ ପରିଷଦ ବୈଠକ ଅନୁଷ୍ଠିତ
ଜୀବିକା ସୁରକ୍ଷା ମଞ୍ଚ ଲୋକସଂଗଠନ ର କାର୍ଯ୍ୟକାରିଣୀ ପରିଷଦ ବୈଠକ ଅନୁଷ୍ଠିତ …………………………… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସ୍ଥିତ…
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଳନ ହେଲା ୭୮ତମ ସ୍ୱାଧୀନତା ଦିବସ ସମାରୋହ
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଳନ ହେଲା ୭୮ତମ ସ୍ୱାଧୀନତା ଦିବସ ସମାରୋହ ଭୁବନେଶ୍ୱର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆଜି ୭୮ତମ ସ୍ୱାଧୀନତା ଦିବସ ସମାରୋହ…