ବରଗଡ ଜିଲ୍ଲା ଭେଡେନ ବ୍ଲକ ମହୁଲପାଲି ଠାରେ ସଂକୁଳ ସ୍ତରୀୟ ଶିକ୍ଷାପରିଷଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପରିଚାଳନା ସମିତିର ସଭାପତି ଗୁପ୍ତେଶ୍ୱର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମସ୍ତଙ୍କ ଶୁଭମନାସି ଗୁରୁଜୀ ଗୁରୁମାଙ୍କୁ ମାର୍ଗଦର୍ଶନ ଦେଇଥିଲେ ।ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ଧର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଙ୍କୁଳ ସଂଯୋଜକ ଅଶ୍ଵିନୀ କୁମାର ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଝିଲିମିଣ୍ଡା ପ୍ରଧାନ ଆଚାର୍ଯ୍ୟ ମୁକୁନ୍ଦ ମହାରଣା କାର୍ଯକ୍ରମ ପରିଚାଳନା କରିଥିଲେ ।ଉକ୍ତ କର୍ମଶାଳାରେ ନିଶାନ୍ତ ମହାରଣା ଇଂରାଜୀ କାଳା°ଶ ଓ ବୁଦ୍ଧଦେବ ଭୋଇ ଗଣିତ କାଳା°ଶ କରିଥିଲେ ।ସମ୍ପାଦକ ଲକ୍ଷ୍ମୀନାରାୟଣ କର ଓ ପୂର୍ବତନ ସମ୍ପାଦକ ଜୟକୃଷ୍ଣ ପଧାନ ମଞ୍ଚାସୀନ ଥିଲେ ।ଶିଶୁ ଭଉଣୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିବା ବେଳେ ପଦ୍ମଲୋଚନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କର୍ମଶାଳାରେ ରେ ଭୋଜରାଜ ଦୁଆନ ଓ ଶଙ୍କର୍ଷଣ ମିଶ୍ର ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରିଥିଲେ ।କାର୍ଯକ୍ରମଟିକୁ ସମସ୍ତ ଗୁରୁଜୀ ଗୁରୁମା,ସେବକ ସେବିକା,ପରିଚାଳନା ସମିତିର ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ ।
Related Posts
୩% ବଢ଼ିଲା ମହଙ୍ଗା ଭତ୍ତା
୩% ବଢ଼ିଲା ମହଙ୍ଗା ଭତ୍ତା ଭୁବନେଶ୍ୱର: ଆଜି ୩% ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା।ମହଙ୍ଗା ଭତ୍ତା ମୂଳ ଦରମାର ୫୦%ରୁ ୫୩%କୁ ବୃଦ୍ଧି କରାଯାଇଛି।ଜୁଲାଇ ପହିଲାରୁ…
ସହିଦ୍ ଯବାନଙ୍କୁ ଗାର୍ଡ ଅଫ ହନର
ସହିଦ୍ ଯବାନଙ୍କୁ ଗାର୍ଡ ଅଫ ହନର ସହ ସବସତ୍କାର। ନୂଆପଡ଼ା ଜିଲ୍ଲା (ଓମ୍ ପ୍ରକାଶ ଚୌଧୁରୀ )କୋମନା ଥାନା ବିରୁନ୍ ପଦର ଛକ ନିକଟରେ ଗତକାଲି ବାଇକ୍…
ଜିଲ୍ଲାସ୍ତରୀୟ “ପୋଷଣ ମାସ” ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଜିଲ୍ଲାସ୍ତରୀୟ “ପୋଷଣ ମାସ” ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି -: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କର…