ବରଗଡ ଜିଲ୍ଲା ଭେଡେନ କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭେଡେନ ଅମୃତ୍ କୁଟୁମ୍ ଓ ତ୍ରିଲୋଚନ ନେତ୍ରାଲୟ , ସଂବଲପୁର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ମୋଟ ୧୧୦ ଜଣ କଂ ଚକ୍ଷୁ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧୮ ଜଣ କଂ ମୋତିଆବିନ୍ଦୁ ଅପରେସନ କରିବା ପାଇଁ ତ୍ରିଲୋଚନ ନେତ୍ରା ସଂବଲପୁର ପଠାଇ ଦିଆଯାଇଛି। ଏହି ଅବସରରେ ଡାଃ ଦେବାଶିଷ, ସୁମନ୍ତ ଭୋଇ ଅନ୍ୟାନ୍ୟ ଟେକନିସିଆନ ଓ ଭେଡେନ ଅମୃତ୍ କୁଟୁମ୍ ର ଉପସଭାପତି ଘନଶ୍ଯାମ ଅଗ୍ରୱାଲ, ସଂପାଦକ ଭୀଷ୍ମ ସିଂ ଛନ୍ଦ, ଶମ୍ଭୁପ୍ରସାଦ ମେହେର, ଗୋପୀନାଥ ମେହେର, ଭୀମ ଦୁବସାଗର ଓ ଅନ୍ୟାନ୍ୟ ସଦସ୍ଯ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ। ପରିଶେଷରେ ଘନଶ୍ୟାମ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ ଜିଲ୍ଲା ଭେଡେନ କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
