ବରଗଡ – ୧୨,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ତାଲମେଣ୍ଡା ର ମାର୍କେଟ ୟାର୍ଡ଼ ଠାରେ ଏକ ଚାଷୀ ସମାବେଶ ଆୟୋଜିତ ହୋଇଯାଇଛି । ତାଲମେଣ୍ଡା ପଂଚାୟତ ଚାଷୀ କମିଟି ସଭାପତି ବୃନ୍ଦାବନ ସାହୁ ସଭାପତିତ୍ବ କରିଥିଲେ ଓ ସଂପାଦକ ନନ୍ଦିଘୋଷ ସଂଯୋଜନା କରିଥିଲେ। ଏଥିରେ ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ଶ୍ରୀମାନ ରମେଶ ମହାପାତ୍ର, ଉତ୍ପନ୍ନ କୁମାର ଭୋଇ ଓ ଭେଡେନ ବ୍ଲକ କୃଷକ ସଙ୍ଗଠନ ର ସଂପାଦକ ସୁଦାମ ପାତ୍ର ଯୋଗ ଦେଇଥିଲେ। ଏହି ସମୟରେ ଚଳିତ ଖରିଫ ଚାଷ ର ଧାନ ବିକ୍ରୟ ଚାଷୀ ମାନେ କିପରି ଅସୁବିଧା ର ସମ୍ମୁଖୀନ ନହେବେ ଓ ସରକାରଙ୍କ ପକ୍ଷରୁ ନିର୍ଧାରିତ ଦରରେ ଧାନ ବିକ୍ରି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।ଆଗାମୀ ୧୮ ନଭେମ୍ବର ହେବାକୁ ଥିବା” ମିଗ ଜୋମ” ଜନିତ ଫସଲବୀମା କ୍ଷତିପୂରଣ ଦାବୀ ରେଳରୋକୋ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ସହଁରାଟିକରା ମାର୍କେଟ କମିଟି ପୁନଃ ପରିଚାଳନା କରିବେ ବୋଲି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା। ପରିଶେଷରେ ଲୋକନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts

ନାଟକ ରେ ଗଣ୍ଡଗୋଳ, ଜଣେ ଗୁରୁତର।
ନାଟକ ରେ ଗଣ୍ଡଗୋଳ, ଜଣେ ଗୁରୁତର। କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର)::-ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ଗ୍ରାମଦେବୀଙ୍କ ପ୍ରତିଷ୍ଠା ଉତ୍ସବ ରେ ପୌରାଣିକ ନାଟକ ଅନୁଷ୍ଠିତ ହୋଇଥିଲା।…

ପାଇପ୍ ଲାଇନ୍ କାମ ବେଳେ ୩ ଶ୍ରମିକ ମୃତ
ପାଇପ୍ ଲାଇନ୍ କାମ ବେଳେ ୩ ଶ୍ରମିକ ମୃତ ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କପିଳା ପଞ୍ଚାୟତ ରାହାସ ଗାଁରେ ମାଟି ଧସି ୩ ଜଣ…

ହିଞ୍ଜିଳି ବିଧାନସଭା ଆସନରେ ବିଜେଡି ବିଜୟୀ
ହିଞ୍ଜିଳି ବିଧାନସଭା ଆସନରେ ବିଜେଡି ବିଜୟୀ , ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ବିଜୟୀ!.