ବନ ବିଭାଗ ତରଫରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ରାୟଗଡା : ରାୟଗଡା ବନ ଖଣ୍ଡ ଅଧିନସ୍ତ ଗୁଣୁପୁର ବନାଞ୍ଚଳ ଅଧିନ ମୁକୁନ୍ଦପୁର ସେକ୍ସନରେ ମୁକୁନ୍ଦପୁର ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁକୁନ୍ଦପୁର ବନପାଳ ବରଖାରାଣୀ ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ପ୍ରଥମେ ବାଙ୍କିଲି ଗ୍ରାମର ଇନ୍ଦିରା କଲୋନୀ ଠାରୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଜଙ୍ଗଲରେ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମକୁ ପଥପ୍ରାନ୍ତ ନୃତ୍ୟ ଓ ହାତରେ ସଚେତନ ମୂଳକ ପ୍ଲାଗ କାର୍ଡ ଧରି ସଚେତନ କରାଯିବା ପରେ ସେଠାରୁ ଏକ ବାଇକ ରାଲିରେ ବାହାରି ଝୋରଡି ପଞ୍ଚାୟତ ଓ ରେଖାପଦର ପଞ୍ଚାୟତର ବିଭିନ୍ନ ଗ୍ରାମ ଯାଇ ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବା ବିଷୟରେ ସଚେତନ କରାଯାଇ ମୁକୁନ୍ଦପୁର ଗ୍ରାମରେ ଆୟୋଜିତ ଗୁରୁବାର ସାପ୍ତାହିକ ହାଟରେ ପହଞ୍ଚି ଥିଲେ | ହାଟରେ ମୁକୁନ୍ଦପୁର ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୈଳାଶପୁର ଓ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ଛାତ୍ରୀ ମାନଙ୍କ ଦ୍ଵାରା ପଥପ୍ରାନ୍ତ ନୃତ୍ୟ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଥିଲା | ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ କିଭଳି ନିୟନ୍ତ୍ରଣ ଓ ନିବାରଣ କରାଯାଇ ପାରିବ, ଜଙ୍ଗଲରେ କିପରି ନିଆଁ ନ ଲାଗିବ ସେ ଦିଗରେ ପ୍ରୟାସ କରିବା, ଜଙ୍ଗଲ ନିକଟରେ ଥିବା ଚାଷ ଜମିରେ ନିଆଁ ନ ଲଗାଇବା ସହ ଜଙ୍ଗଲରେ ପଡୁ ଚାଷ ନ କରିବା, ଶିକାର ପାଇଁ ଜଙ୍ଗଲରେ ନିଆଁ ନ ଲଗାଇବା, ମହୁଲ ସଂଗ୍ରହ ପାଇଁ ଗଛ ତଳେ ନିଆଁ ନ ଲଗାଇବା, ବିଭିନ୍ନ ଜଙ୍ଗଲିଜାତ ଦ୍ରବ୍ୟ ସଂଗ୍ରହ ପାଇଁ ନିଆଁ ନ ଲଗାଇବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା | କାର୍ଯ୍ୟକ୍ରମକୁ ବନରକ୍ଷୀ ପଦ୍ମନାଭ ନୀଳଗିରି ଓ ରଜନୀ ସାହୁ ପରିଚାଳନା କରିଥିବା ବେଳେ ରାମନାଗୁଡ଼ା, ଗୁଣୁପୁର ଓ ପଦ୍ମପୁରରୁ ଆସିଥିବା ବନପାଳ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ |ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଏ. ଏମ. ସି. ଏସ. ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ “କେନ୍ଦ୍ର ବଜେଟ୍ ୨୦୨୪-୨୫” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ.
ଏ. ଏମ. ସି. ଏସ. ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ “କେନ୍ଦ୍ର ବଜେଟ୍ ୨୦୨୪-୨୫” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ. (ରିପୋର୍ଟର କୁନା ଦିଗାଲ )…

ମେ ୨୬ରେ ମାଟ୍ରିକ ପରୀକ୍ଷା ଫଳ
ମେ ୨୬ରେ ମାଟ୍ରିକ ପରୀକ୍ଷା ଫଳ ଭୁବନେଶ୍ଵର: ( Abhishek Mohanty)ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୧୦ଟା ୩୦ରେ…

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ପ୍ରବାସୀ ଶ୍ରମିକ ଙ୍କ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ
ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ପ୍ରବାସୀ ଶ୍ରମିକ ଙ୍କ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ରାୟଗଡା : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର…