ବଦ୍ଧିତ ଭତ୍ତା ଓ ମାଗଣା ବିଜୁଳି ପ୍ରତାରଣ ପ୍ରତିବାଦରେ ବିଜୁ ଜନତା ଦଳର ବିଡିଓଙ୍କୁ ଦାବିପ୍ରତ୍ର ପ୍ରଦାନ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ/୩/୯/୨୦୨୪/ ନୁଆଗଡ ବ୍ଳକ କାର୍ଯ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ଭତ୍ତାଧାରୀଙ୍କୁ ତୁରନ୍ତ ବଦ୍ଧିତ ଭତ୍ତା ପ୍ରଦାନ ଓ ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶୃତି ପ୍ରତାରଣା ପ୍ରତିବାଦ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଜନତାଦଳ ବ୍ଳକ ସଭାପତି ଜନ ମାଝୀ, ସୁଦାମ ମଣ୍ଡଳ, ଜୁନାସ ବଦ୍ଧନ, କ୍ରିଷ୍ଣା ନାୟକ, ପ୍ରମୋଦ ଏଡଲା, ପକ୍ଷ ରଇତ, ଯୁବ ସଭାପତି ଅମିଏଲ ଏଡଲା ଏବଂ ୧୯ଟି ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଯୋଗଦେଇ ନୁଆଗଡ ବସଷ୍ଟାଣ୍ଡ ଠାରୁ ବ୍ଳକ ଅଫିସ ପର୍ଯ୍ୟନ୍ତ ବିଜେପି ବିରୋଧୀ ବିଭିନ୍ନ ସ୍ଲୋଗାନ୍ ଦେଇ ନଗର ପରିକ୍ରମା କରିଥିଲେ । ଏକ ଦାବିପତ୍ର ମୁଖ୍ୟମନ୍ତୀ ଉଦେର୍ଶରେ ବିଡିଓ ଦାବିପ୍ରତ୍ର ଦେବାକୁଥିଲା । ବିଡିଓ ଜିଲ୍ଲାପାଳ ଗ୍ରସ୍ତରେ ଯାଇଥିବା ଯୋଗୁଁ ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ଦାବିପ୍ରତ୍ର ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସରକାର ବାରମ୍ବାର ଜନତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଓ ଭତ୍ତା ବୃଦ୍ଧି କରିବା ପାଇଁ ଦେଇଥିବା ପ୍ରତିଶୃତିକୁ ଯଥାଶୀଘ୍ର ପୂରଣ କରିବାପାଇଁ ଲିଖିତ ଭାବେ ନୁଆଗଡ ସାମାଜିକସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ସ୍ମରକପତ୍ର ପ୍ରଦାନ କରିଥିଲେ ।