ବଣ୍ଡାଙ୍ଗି ବାସୀ ନାଳ ରେ ପୋଲ ନିର୍ମାଣ ପାଇଁ ସ୍ବପ୍ନ ଦେଖୁଛନ୍ତି l
ରାୟଗଡା : ଦେଶ ସ୍ୱାଧୀନତା ର 77 ବର୍ଷ ଅତିକ୍ରମ କରି ଆଉ କିଛି ମାସ ପରେ 78 ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି କିନ୍ତୁ ଦୁଃଖ ର ବିଷୟ ଆଦିବାସୀ ଅଧିଷ୍ୟୁତ ଗୁଡାରି ବ୍ଲକ ଏମିତି ବହୁ ଗାଁ ଅଛି ଯେଉଁଠାକୁ ଯିବାକୁ ଖଣ୍ଡିଏ ପକ୍କା ରାସ୍ତା ନାହିଁ l ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗୁଡାରି ବ୍ଲକ ପେଣ୍ଡିଲି ଗ୍ରାମ ପଞ୍ଚାୟତ ର ବଣ୍ଡାଙ୍ଗ ଗାଁ l ଏହି ଗାଁ କୁ ଯିବା ନିମନ୍ତେ ଏକ ପକ୍କା ରାସ୍ତା ଟିଏ ନାହିଁ ଏହି ପାଖରେ ବଣ୍ଡାଙ୍ଗ ନାଳ ପ୍ରବାହିତ ହେଉଛି l ବର୍ଷା ଦିନ ହେଲେ ଏହି ନାଳ ରେ ବହୁ ପରିମାଣରେ ପାଣି ଆସିଥାଏ l ଏହି ସମୟରେ ଏହି ଗ୍ରାମ ର ଜନସାଧାରଣ ଜଳ ବନ୍ଦୀ ଜୀବନ ବିତାଉଥିବା ର ଜଣାପଡୁଛି l କୌଣସି ଜରୁରୀ କାମ ନିମନ୍ତେ ବ୍ଲକ, ପଂଚାୟତ, ହସ୍ପିଟାଲ ଓ ପିଲାଙ୍କ ପାଠ ପଢ଼ା ପାଇଁ ଏହି ନାଳ ଅତିକ୍ରମ କରି ଯିବାକୁ ପଡିଥାଏ l ବର୍ଷା ଦିନେ ଏହି ନାଳ ରେ ବହୁତ ପାଣି ରହୁଥିବା ରୁ ଗ୍ରାମବାସୀ ବହୁ କଷ୍ଟ ରେ ନାଳ ରେ ଯାତାୟାତ କରିଥାନ୍ତି ସେଥିପାଇଁ ଏହି ଗ୍ରାମବାସୀ ବହୁ ନେତା ବିଧାୟକ ମନ୍ତ୍ରୀ ଓ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କରିଥିବା ର ଜଣାପଡିଛି ଅଭିଯୋଗ ପରେ ମଧ୍ୟ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମ ବାସୀ କହିଛନ୍ତି l ନିର୍ବାଚନ ସମୟରେ ଗୁଡାରି ର ବିଭିନ୍ନ ଦଳ ର ବହୁ କୁଜି ନେତା ଗ୍ରାମ କୁ ଆସି ବିଭିନ୍ନ ପ୍ରକାର ର ପ୍ରଲୋଭନ ଦେଖାଇ ଭୋଟ ଭିକ୍ଷା କରି ଚାଲିଯାଇଥାନ୍ତି ନିର୍ବାଚନ ଶେଷ ପରେ ଆଉ ଆସନ୍ତି ନାହିଁ ବୋଲି କହିଛନ୍ତି l ଏହି ଗ୍ରାମ ରେ ପ୍ରାୟ 20 ପରିବାର ବାସକରିଥାନ୍ତି lବଣ୍ଡାଙ୍ଗ ବାସୀ ଙ୍କ ପାଇଁ ଏହି ନାଳ ହେଉଛି ଜୀବନ ରେଖା ସେଥିପାଇଁ ଏହି ନାଳ ଉପରେ ର୍କ ପୋଲ ନିର୍ମାଣ ପାଇଁ ଦାବିକାରିଆସୁଛୁ କିନ୍ତୁ କିଛି ସୁଫଳ ମିଳିନାହିଁ କେବଳ ଆମେ ସ୍ବପ୍ନ ଦେଖୁଚୁ କେବେ ଏହି ବଣ୍ଡାଙ୍ଗ ନାଳ ରେ ପୋଲ. ନିର୍ମାଣ ହେବ ବୋଲି ଗ୍ରାମ ବାସୀ କହୁଛନ୍ତି l ବିଶେଷ କ୍ରିଷ୍ଣା ବର୍ଷା ଦିନେ ଗାଁ କୁ ଆମ୍ବୁଲାନ୍ସ ପହଂଚି ପରେ ନାହିଁ ଯୋଦ୍ୱାରା ରୋଗୀ ଓ ଗର୍ଭବତୀ ମହିଳା ମାନେ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି l ବର୍ଷା ଦିନେ ଲୋକେ ବାଧ୍ୟ୍ୟ ହୋଇଛି ଚେର ମୁଳି କୁ ଔଷଧ ରୂପେ ବ୍ୟବହାର କରିଥାନ୍ତି l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ