ବଡି ବିଲଡିଂ ରେ ମୋହନାର ଅସିତ ଦତ୍ତ ଙ୍କ ସଫଳତା । ଆର ଉଦୟଗିରି (ମନୋଜ କୁମାର ପାଢୀ)ବଡି ବିଲଡିଂ ରେ ଗଜପତି ଜିଲ୍ଲା ମୋହନା ର ଯୁବକ ଅସିତ ରଞ୍ଜନ ଦତ୍ତ ଅନେକ ସଫଳତା ହାସଲ କରିଛନ୍ତି l ମୋହନା ହାଇସ୍କୁଲ ଛକରେ ରହୁଥିବା ପ୍ରଶାନ୍ତ ଦତ୍ତ ଓ ଟିକିନା ଦତ୍ତଙ୍କ ସୁପୁତ୍ର ଅସିତ ଜଣେ ମେଧାବୀ ଛାତ୍ର l ମୋହନା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରି ୨୦୧୭ ରେ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଥିଲେ lଏହା ପରେ ମୋହନା ହିଲ୍ ଟପ୍ କଲେଜରେ ଯୁକ୍ତ ଦୁଇ ପଢିବା ପରେ ଭୁବନେଶ୍ୱର ଚାଲିଯାଇଥିଲେ l ସେଠାରେ ପାଠ ପଢିବା ସହ ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଥିବା ଯୋଗୁଁ ବଡି ବିଲଡିଂ ପ୍ରତି ଆଗ୍ରହ ହୋଇଥିଲା l ସେଥିପାଇଁ ସେ ପ୍ରତିଦିନ ଅଭ୍ୟାସ କରିଥିଲେ l ଭୁବନେଶ୍ୱର ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିଲେ l ଏହାପରେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଆୟୋଜିତ ବଡି ବିଲଡିଂ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଛନ୍ତି l ଗତ ୧୯.୦୧.୨୫ ରେ ବଲାଙ୍ଗୀର ଜିଲ୍ଲା ରେ ଆୟୋଜିତ ଲଳିତ ନାୟକ ମେମୋରିଆଲ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି l ଏଥି ପୂର୍ବରୁ ଗତ ୪.୧.୨୫ ରେ ପଶ୍ଚିମବଙ୍ଗ କୋଲକାତା ରେ ଆୟୋଜିତ ପ୍ରତିଯୋଗିତା ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ l ତାଙ୍କର ଏହି ସଫଳତା ରେ ବାପା, ମା, ପରିବାର ଖୁସି ବ୍ୟକ୍ତ କରିବା ସହ ମୋହନାବାସୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି l ମୋହନା ଭଳି ଏକ ଉପାନ୍ତ ଅଞ୍ଚଳରୁ ଜଣେ ଯୁବକ ବଡି ବିଲଡିଂ ପ୍ରତି ଆଗ୍ରହ ପ୍ରକାଶ କରିବା ସହ ସଫଳତା ର ପାହାଚ ଚଢି ଚାଲିଛନ୍ତି।ଯେପରି କି ବଣ ମଧ୍ୟରୁ ମଲ୍ଲୀ ପୁଲ ଫୁଟିବା ଭଳି l ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥରରେ ଅଂଶଗ୍ରହଣ କରି ସଫଳତା ହାସଲ କରିବାପାଇଁ ଆଶା ରଖି କଠିନ ପରିଶ୍ରମ କରୁଥିବା କହିଛନ୍ତି ଅସିତ।
Related Posts

ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ।
ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ। ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 10/08/2024 ରିଖ ଶନିବାର ପୂର୍ବାହ୍ନ 10 ଘ…

ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ଅଟୋ କୁ ଧକ୍କା ଦେଲା ରାଉଲ ସିଂ ନାମକ ଘରୋଇ ଟ୍ରକ୍ ,୨ ଯାତ୍ରୀ ଗୁରୁତର ଅବସ୍ଥାରେ ମୋହନା ମେଡିକାଲ୍ ରେ ଭର୍ତ୍ତି।
ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ଅଟୋ କୁ ଧକ୍କା ଦେଲା ରାଉଲ ସିଂ ନାମକ ଘରୋଇ ଟ୍ରକ୍ ,୨ ଯାତ୍ରୀ ଗୁରୁତର ଅବସ୍ଥାରେ ମୋହନା…

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ ଭୁବନେଶ୍ୱର : ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ…