ବଡ଼ମୁନିଗାଁର ସଫଳ ଚାଷୀ ବୃନ୍ଦାବନ: ଗ୍ରାଫଟେଡ ପଦ୍ଧତିରେ ୪ ଏକର ଜମିରେ କରିଛନ୍ତି ଟମାଟୋ ଓ ଫୁଲଚାଷ

ବଡ଼ମୁନିଗାଁର ସଫଳ ଚାଷୀ ବୃନ୍ଦାବନ: ଗ୍ରାଫଟେଡ ପଦ୍ଧତିରେ ୪ ଏକର ଜମିରେ କରିଛନ୍ତି ଟମାଟୋ ଓ ଫୁଲଚାଷ

ରାୟଗଡା : ଚାଷ କାମ ଯାହାର କି ଆନନ୍ଦ ତାହାର ଏହି ର୍କ ଆନନ୍ଦ ମୟ ଚାଷୀ ହେଉଛନ୍ତି ବୃନ୍ଦାବନ କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ସଫଳତା ଆପେ ଆପେ ମିଳିଥାଏ । ଯାହା ପ୍ରମାଣ କରି ଦେଖାଇଛନ୍ତି ରାମାନାଗୁଡା ବ୍ଲକ ଅନ୍ତର୍ଗତ ବଡ଼ମୁନିଗାଁର ଯୁବ ଚାଷୀ ବୃନ୍ଦାବନ ପୁରୁଷୋତମ । ନିଜ ଗାଁରେ ରହି ପାରମ୍ପାରିକ ଚାଷ ସହ ଗ୍ରାଫଟେଡ ପଦ୍ଧତିରେ ଟମାଟ ଚାଷ କରି ଜଣେ ସଫଳ ଚାଷୀ ଭାବେ ଅଂଚଳରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଆତ୍ମନିର୍ଭରଶୀଳ ହୋଇଛନ୍ତି ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି ।ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଲେକଙ୍କ ଜୀବନ ଜୀବିକା କହିଲେ ଚାଷ କାମ । କିଏ ଧାନ ଚାଷ କରି ପାରିବାର ପ୍ରତିପୋଷଣ କରେ ତ ପୁଣି କିଏ ପନିପରିବା ଚାଷ କରିଥାଏ । ତେବେ ରାମାନାଗୁଡା ବ୍ଲକ ବଡ଼ମୁନିଗାଁର ଯୁବଚାଷୀ ବୃନ୍ଦାବନ ପୁରୁଷୋତମ ଗ୍ରାଫଟେଡ ପଦ୍ଧତିରେ ଟମାଟ ଚାଷ ସହ ଗେଣ୍ଡୁଫୁଲ ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି । ପୂର୍ବରୁ ଚାଷୀ ଜଣକ ଋତୁଳାଳୀନ ଫସଲ କରୁଥିଲେ । ୨୦୨୨ରେ କିଛି ଭିନ୍ନ ଚାଷ କରିବା ପାଇଁ ୟୁଟ୍ୟବର ସହାୟତା ନେଲେ । ୟୁଟ୍ୟୁବ ଦେଖି କଲମି ପଦ୍ଧତିରେ ଟମାଟୋ ଚାଷ କରିବା ପାଇଁ ଆବଶ୍ୟକୀୟ ଚାରା ରାୟପୁରରୁ ଆଣିଲେ। ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ୪ ଏକର ପରିମିତ ଜମିରେ ଟମାଟୋ ଚାଷ କରିଛନ୍ତି । ଚାଷ ପାଇଁ ଏକର ପିଛା ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିଛନ୍ତି । ପାଖାପାଖି ୪୦ ଟନରୁ ଅଧିକ ଟମାଟୋ ଉତ୍ପାଦନ ହେବ ବୋଲି ସେ ଆଶା ରଖିଛନ୍ତି । ଉତ୍ପାଦିତ ଫସଲକୁ ଚାଷୀ ରାୟଗଡା, ଗଞ୍ଜାମ , କୋରାପୁଟ ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ରପ୍ତାନୀ କରିବା ସହ ନିକଟସ୍ଥ ବଜାରକୁ ମଧ୍ୟ ଯୋଗାଉଛନ୍ତି । ଖାଲି ଟମାଟୋ ନୁହେଁ ଗେଣ୍ଡୁଫୁଲ ଚାଷ ମଧ୍ୟ କରିଛନ୍ତି ବୃନ୍ଦାବନ । କ୍ବିଂଟାଲ କ୍ବିଂଟାଲ ଟମାଟୋ ଓ ଗେଣ୍ଡୁଫୁଲ ବିକ୍ରି କରି ସେ ଲାଭବାନ ହୋଇପାରୁଛନ୍ତି । ପୂର୍ବରୁ ସ୍ଥାନୀୟ ଅଂଚଳର ପରିବା ବ୍ୟବସାୟୀମାନେ ବାହାର ରାଜ୍ୟରୁ ଟମାଟ ଓ ପରିବା ଆଣି ବ୍ୟବସାୟ କରୁଥିଲେ । ବର୍ତମାନ ଉନ୍ନତ ମାନର ଟମାଟ ହାତ ପାହାନ୍ତାରେ ମିଳୁଥିବାରୁ ବିକ୍ରିବଟା କରି ଦୁଇ ପଇସା ରୋଜଗାର ହେଉଥିବା କହିଛନ୍ତି ବ୍ୟବସାୟୀ । ଅନ୍ୟପଟେ ଚାଷୀଙ୍କ କ୍ଷେତରେ କାମ କରି ସ୍ଥାନୀୟ ଅଂଚଳର ଶ୍ରମିକ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି । ଚାଷୀ ବୃନ୍ଦାବନଙ୍କୁ ସହାୟତାର ହାତ ବଢାଇଛି ଗୁଣୁପୁର ସ୍ଥିତ ଉଦ୍ୟାନ କୃଷି ବିଭାଗ । ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନାରେ ହେକ୍ଟର ପିଛା ୨୦ ହଜାର ଟଙ୍କା ସହ ଉତ୍ପାଦିତ ପନିପରିବା ସଂରକ୍ଷିତ ରଖିବା ପାଇଁ ଏକ ପ୍ୟାକ ହାଉସ ଯୋଗାଇ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଉଦ୍ୟାନ ବିଭାଗ ର ଅକ୍ଷୟ କୁମାର ପଣ୍ଡା।ଧାନ, ବିରି, ମୁଗ ଭଳି ପାରମ୍ପରିକ ଚାଷ ଅପେକ୍ଷା ନୂତନଜ୍ଞାନ କୌଶଳ ପ୍ରୟୋଗ କରି ଟମାଟୋ ଓ ଫୁଲ ଚାଷ କରି ଭଲ ରୋଜଗାର କରୁଛନ୍ତି ବୃନ୍ଦାବନ । ଯାହା ଅନ୍ୟଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *