ବଡଡାକ୍ତରଖାନା ର ବରିଷ୍ଠ କିରାଣୀ କୁ ମାରଣାନ୍ତକ ଆକ୍ରମଣ।
ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ କିରାଣୀ କୈଳାଶ ଚନ୍ଦ୍ର ସାହୁ ଙ୍କୁ କିଛି ଯୁବକ ଖୋଡାସିଙ୍ଗି ଜୀବନ ବୀମା ନିଗମ କାର୍ଯ୍ୟଳୟ ସମ୍ମୁଖରେ ମୋଟରସାଇକେଲ ରେ ଆସି ମାରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଆହତ ଅବସ୍ଥାରେ କୈଳାଶ ପାଟି କରିବାରୁ ଆକ୍ରମଣକାରୀ ଯୁବକ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ ଓ ଉପସ୍ଥିତ କିଛି ଲୋକ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଛନ୍ତି। ଖବର ପାଇ ବୈଦ୍ୟନାଥ ପୁର ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଆହତ କୈଳାଶ ଠାରୁ ବିବୃତି ନେଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!