ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଗରିବ ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା ତପି ବିନ୍ଧାଣି ପରିବାର…….

ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଗରିବ ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା ତପି ବିନ୍ଧାଣି ପରିବାର…….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳ ର ଜନସାଧାରଣ ସରକାରୀ ସୁବିଧା ପାଇବାରୁ ଆଜି ବି ବଞ୍ଚିତ l ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଜାଗା ନାହିଁ କି ଆବାସ ଘର ନାହିଁ , ସରକାର ଙ୍କ ନିୟାଭୁକ୍ତ ପରିସରରେ ବଞ୍ଚିବା ପାଇଁ ରାସନକାର୍ଡ ମଧ୍ଯ ନାହିଁ l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଚ୍ଛାପୋଡ଼ା ଗ୍ରାମପଞ୍ଚାୟତ ର ପାହିରାଜୁ ଗ୍ରାମ (ଗବରନଳା) ଅଭିଯୋଗ କାରୀଙ୍କ ନାମ- ତପି ବିନ୍ଧାଣୀ, ସ୍ଵାମୀଙ୍କ ନାମ ଗାଲୁ ବିନ୍ଧାଣୀ ନିଜର ଦୁଃଖ କୁ ସରକାର ଙ୍କ ନିକଟରେ ଗୁଆରି କରିଛନ୍ତି l ସ୍ୱାମୀ ଓ ସ୍ତ୍ରୀ ଦୁହେଁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ନିଜର ଦୁଃଖ କୁ ଅଭିଯୋଗ କରିଛନ୍ତି l ଆଜି ମଧ୍ୟ ଜୀବନ ବଞ୍ଚେଇବା ପାଇଁ ଜଣଙ୍କ ଘରେ ଆଶ୍ରୟ ନେଇ ଜୀବନ କାଟୁଛନ୍ତି l ଦୀର୍ଘ ବର୍ଷ ହେଲାଣି ସରପଞ୍ଚ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ବହୁଥର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ତପି ବିନ୍ଧାଣୀ ଏବଂ ସ୍ଵାମୀ ଗାଲୁ ବିନ୍ଧାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଏମିତି କିଛି ଅଭିଯୋଗ କରିଛନ୍ତି l ନିଜର ପରିବାର କୁ ପର ଘରେ ଆଶ୍ରୟ ନେଇ ଜୀବନ କାଟୁଥିବା ପରିବାର କୁ ସରକାରୀ ସୁବିଧା ରୁ ବଞ୍ଚିତ l ବହୁତ ବର୍ଷ ଧରି ଅନ୍ୟ ଘରେ ଜୀବନ ବିତାଉଛନ୍ତି ବାପା ମା ଓ କୁନି ଝିଅ l ସରକାର ଙ୍କ ସୁବିଧା ଏହି ପରି ଗରିବ ପରିବାର କୁ ଘର କରିବାର ତ ଦୂରର କଥା ଖାଇବାକୁ ମଧ୍ଯ ମିଳୁନି ବୋଲି କହିଛନ୍ତି l ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ନିଜର ଦୁଃଖ ଓ ସମସ୍ୟା କୁ ଅବଗତ କରି ଯଥା ସମ୍ଭବ ପରିବାର କୁ ଦୁଃଖ କଷ୍ଟ ସମୟରେ ଚଲିବା ପାଇଁ ଘର ଖଣ୍ଡିଏ ଏବଂ ରାସନକାର୍ଡ ସରକାରୀ ସହାୟତା ହେଲେ ପରିବାର ସହିତ ଖୁସିରେ ଆଗକୁ ଜୀବନ କାଟିବି ବୋଲି କହିଛନ୍ତି ତପି ବିନ୍ଧାଣୀ l

Leave a Reply

Your email address will not be published. Required fields are marked *