ଫେବୃୟାରୀ ୮ ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ସପ୍ତମ ବାର୍ଷିକ ଉତ୍ସବ
ଭୁବନେଶ୍ୱର : ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଆଜି ଭୁବନେଶ୍ବରରେ ଥିବା ଓଡି ଭବନ ପାଣ୍ଡରା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ସପ୍ତମ ବାର୍ଷିକ ପାଳନ ଅବସରରେ “ରାଜ୍ୟସ୍ତରୀୟ ଚେତନା ଜାଗରଣ ଓ ସ୍କନ୍ଦ ପୁରାଣର ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ” ଆରସିଏମ କଲେଜ ଚକାଡୋଳା ବିହାର ଚନ୍ଦ୍ରଶେଖରପୁର ଠାରେ ଫେବୃୟାରୀ ୮ ରେ ସନ୍ଧ୍ୟା ୪ ଘଟିକାରେ ଅନୁଷ୍ଠିତ ହେବ । ପୂର୍ବରୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଓଡିଶା, ଭାରତର ଚାରି ଧାମ ଓ ଦେଶ ବାହାରେ ନେପାଳ ପ୍ରଭୁତିରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କରି ଆସୁଛି । ଏହି ୭ମ ବାର୍ଷିକ ଦିବସ ପାଳନ ଅବସରରେ ଉପଦେଷ୍ଟା ଶ୍ରୀସଚ୍ଚିଦାନନ୍ଦ ଦାସ ମହାରାଜ, ପୂଜ୍ୟ ଶ୍ରୀଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ପୂଜ୍ୟ ଶ୍ରୀବ୍ରଜ ବାବା, ଅଧକ୍ଷ୍ୟ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ରାଧା ବଲ୍ଲଭ ମଠ ପୁରୀ କାର୍ଯ୍ୟକାରୀ ଅଧକ୍ଷ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଓ ସମ୍ପାଦକ ଶ୍ରୀପ୍ରଭାକର ମଲ୍ଲିକଙ୍କ ମାର୍ଗଦର୍ଶନରେ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଜାଗରଣ ସଭା ଭୁବନେଶ୍ୱରରେ କରିବା ପାଇଁ ସ୍ଥିର କରାଯାଇଛି । ମୁଖ୍ୟ ଅତିଥି ଭାବେପୂଜ୍ୟ ଶ୍ରୀ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ।ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ସମ୍ମାନୀୟ ଅତିଥି ଭାବେ ଯୋଗ ଦେବେ । ଏହି ଅବସରରେ ପଦ୍ମଶ୍ରୀ ଡ଼ ଅଶୋକ ମହାପାତ୍ର ଓ ମାନ୍ୟବର ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ବିଶିଷ୍ଟ ସମାଜ ସେଵୀ ଶ୍ରୀଯୁକ୍ତ ବ୍ରହ୍ମ୍ମାନନ୍ଦ ମଙ୍ଗରାଜ ଓ ଅଧକ୍ଷ ଆର ସି ଏମ କଲେଜ ଶ୍ରୀଯୁକ୍ତ ପ୍ରବୀର ପାଲଙ୍କୁ ସମ୍ବର୍ଦ୍ଧିତ କରାଯିବ । ଆଜିର କାର୍ଯ୍ୟକ୍ରମରେ ଉପସଭାପତି ବୈକୁଣ୍ଠ ନାଥ ମହାପାତ୍ର, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଉପ କୋଷାଧକ୍ଷ ରଶ୍ମି ରଞ୍ଜନ ପଟ୍ଟନାୟକ ଡ଼ ରାମଚନ୍ଦ୍ର ମିଶ୍ର ତ୍ରିଲୋଚନ ନାୟକ ତନ୍ମୟ କୁମାର ସାହୁ ବଂଶୀଧର ନାୟକ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ କରାଯିବା ସହ ଓଡିଶାରେ ମହାପ୍ରଭୁଙ୍କ ସଂସ୍କୃତି ଆମ ସଂସ୍କୃତିର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ପ୍ରତେକ ଜିଲ୍ଲା କିମ୍ବା ଓଡିଶାର ବିଭିନ୍ନ ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ କାର୍ଯ୍ୟକ୍ରମ କରୁଥିବା ଅନୁଷ୍ଠାନକୁ ଏହି ରାଜ୍ୟସ୍ତରୀୟ ବୈଠକରେ ସାମିଲ କରାଯିବା । ସାରା ଓଡିଶାରେ ଶ୍ରୀଜଗନ୍ନାଥ କଥାମୃତ ଓ ସ୍କନ୍ଦ ପୁରାଣର ପ୍ରଚାର ଓ ପ୍ରସାର ହୋଇ ପାରିବ ଚେଷ୍ଟା କରାଯିବ । ଶ୍ରୀଜଗନ୍ନାଥଙ୍କ ଭଲ ପାଉଥବା ଭକ୍ତ ମାନଙ୍କୁ ମଧ୍ୟ ସାମିଲ କରାଯିବ ଆପଣ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମର ସାଦର ନିମନ୍ତ୍ରଣ ଆଶା ବହୁ ସଂଖ୍ୟାରେ ଏହି ସତସଙ୍ଗରେ ଆପଣ ମାନେ ଯୋଗ ଦେଇ ପ୍ରଭୁ କୃପା ଲାଭ କରିବା ହେବେ ।